ନୂଆଦିଲ୍ଲୀ ୨୬।୧୧: ରାଇଜିଂ ଏସିଆ କପରେ ଦମଦାର ବ୍ୟାଟିଂ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ସେ ୟୁଏଇ ବିପକ୍ଷରେ ମାତ୍ର ୫୨ ବଲରୁ ଡବଲ ସେଞ୍ଚୁରୀ ହାସଲ କରିଛନ୍ତି । ଏହାସହ ଇନିଂସରେ ଲଗାଇଛନ୍ତି ୨୮ ଛକା । ଅସମ୍ଭବକୁ ସମ୍ଭବ କରିଛନ୍ତି ଏହି ୧୫ ବର୍ଷୀୟ ବ୍ୟାଟର । ଏପରି ଇନିଂସ କ୍ରିକେଟ୍ ଇତିହାସରେ ବିରଳ । ଏହା ପ୍ରକୃତରେ ହେଉଛି ବୈଭବଙ୍କ ଦକ୍ଷତା ଏବଂ କଳା । ହେଲେ ବୈଭବଙ୍କ ଏପରି ବ୍ୟାଟିଂକୁ ସହି ପାରୁନି ପାକିସ୍ତାନ । ଏପରିକି ପାକିସ୍ତାନର କିଛି ପୂର୍ବତନ ଖେଳାଳି ଡବଲ ସେଞ୍ଚୁରୀକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।

Also Read :- ଯୁବରାଜ କହିଲେ ଗୋଟିଏ କଥା, ବାସ୍ ତା' ପରେ ଛକା ବର୍ଷା କଲେ ବୈଭବ ! କ'ଣ ଥିଲା ଗୁରୁମନ୍ତ୍ର ?

ପାକ୍ ପୂର୍ବତନ ଦ୍ରୁତ ବୋଲର ତନଭୀର ଅହମ୍ମଦ ବୈଭବଙ୍କ ବୟସକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ତନଭୀର କହିଛନ୍ତି ଯେ, ବୈଭବଙ୍କ ବୟସକୁ ନେଇ ତାଙ୍କର ସନ୍ଦେହ ହେଉଛି । ତାଙ୍କ ବୟସର ପରୀକ୍ଷା ହେବା ଜରୁରୀ । ତାଙ୍କୁ ପ୍ରକୃତରେ ୧୫ ହୋଇଛି ନା ନାହିଁ ତାହା ସନ୍ଦେହଜନକ । ସେ ଯେପରି ବ୍ୟାଟିଂ କରୁଛନ୍ତି ତାଙ୍କର ଶାରୀରିକ ଦକ୍ଷତା ୧୫ ବର୍ଷ ଭଳି ଲାଗୁନି । ସେ ଅଧିକ ବୟସ୍କ ଅଟନ୍ତି । ତାଙ୍କୁ ୨୦ କିମ୍ବା ୨୧ ବର୍ଷ ହୋଇଥିବ । କାରଣ ଜଣେ ଯେତେ ପ୍ରତିଭାବାନ୍ ହୋଇଥିଲେ ବି ୧୫ ବର୍ଷରେ ୨୮ଟି ଛକା ଲଗାଇବା ସହଜ ନୁହେଁ । ତାଙ୍କ କାନ୍ଧ ଏତେ ଛକା ଲଗାଇବାକୁ ସମର୍ଥ ନଥିବା ତନଭୀର ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ତନଭୀର ପାକିସ୍ତାନ ପାଇଁ ୫ଟି ଟେଷ୍ଟ୍, ଦୁଇଟି ଦିନିକିଆ ଏବଂ ଗୋଟିଏ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିଛନ୍ତି । ସେ ୨୦୧୦ରୁ ୨୦୧୩ ମଧ୍ୟରେ ପାକିସ୍ତାନକୁ ପ୍ରତିନିଧିତ୍ୱ କରୁଥିଲେ । ବୈଭବଙ୍କ ଦମଦାର ଡବଲ ସେଞ୍ଚୁରୀ ପରେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ରାଇଜିଂ ମେନ୍ସ ଏସିଆ କପରେ ଦମଦାର ବ୍ୟାଟିଂ

ଏସିସି ମେନ୍ସ ଏସିଆ କପ ରାଇଜିଂ ଷ୍ଟାର ୨୦୨୬ରେ ମଙ୍ଗଳବାର'ଇଣ୍ଡିଆ ଏ'ର ଟକ୍କର ସଂଯୁକ୍ତ ଆରବ ଏମିରେଟ୍ସ(ୟଏଇ) ସହିତ ହୋଇଥିଲା। ଦୋହାର ୟୁନିଭର୍ସିଟି ଅଫ୍ ଦୋହା ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ୧୫ ବର୍ଷୀୟ ବୈଭବ ଏମିତି ତାଣ୍ଡବ କରିଛନ୍ତି, ଯେଉଁଥିରେ କ୍ରିକେଟର ବଡ଼ ବଡ଼ ମହାରଥିଙ୍କ କୀର୍ତ୍ତି ଭାଙ୍ଗିରୁଜି ଚୁରମାର ହୋଇଯାଇଛି।

ସବୁଠାରୁ ବଡ଼ କଥା ହେଲା ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ କରି ବୈଭବ ମାତ୍ର ୫୨ ବଲରେ ଦ୍ୱିଶତକ ହାସଲ କରିଛନ୍ତି। ଲିଷ୍ଟ-ଏ କ୍ରିକେଟ ଇତିହାସରେ ଏହା ସବୁଠାରୁ ଦ୍ରୁତ ଦ୍ୱିଶତକ। ନିଜ ଇନିଂସରେ ବୈଭବ ମୋଟ ୫୩ ବଲରେ ୨୦୪ ରନ୍ କରିଛନ୍ତି। ଯେଉଁଥିରେ ସେ ୨୮ ଟି ଛକ୍କା ଓ ୭ ଟି ଚୌକା ମାରିଛନ୍ତି।ଅର୍ଥାତ୍ ୧୯୬ ରନ୍ କେବଳ ଛକା ଚୌକା ବର୍ଷା କରି ସଂଗ୍ରହ କରିଛନ୍ତି ବୈଭବ।କୌଣସି ପ୍ରଫେସନାଲ କ୍ରିକେଟର ପ୍ରଥମ ଥର ଜଣେ ବ୍ୟାଟର ଏତେମାତ୍ରାରେ ଛକ୍କା ମାରିଛନ୍ତି। ତେବେ ଆଜିର ମ୍ୟାଚରେ ବାସିଲ ହମିଦ ବୈଭଙ୍କୁ ଆଉଟ୍ କରିଥିଲେ।