ଦିଗପହଣ୍ଡି ୨୬।୧୧ : ରିଲ୍ସ କରିବା ନିଶା ହେଲା କାଳ ! ପ୍ରେମିକାଙ୍କ ସହ ରିଲ୍ସ କରୁଥିବା ବେଳେ ପାହାଡ଼ ତଳକୁ ଖସିପଡ଼ିଲେ ଯୁବକ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ପ୍ରସିଦ୍ଧ ବାଙ୍କେଶ୍ୱରୀ ପୀଠ ଘାଟିରେ ଘଟିଛି ଏହି ଅଘଟଣ। ଘଟଣାରେ ପ୍ରେମିକା ସୁରକ୍ଷିତ ଥିବା ବେଳେ ପାହାଡ଼ ତଳକୁ ଖସିଥିବା ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ବିଭାଗ। ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ଖବର ଅନୁଯାୟୀ, ଗୁରୁବାର ମଧ୍ୟାହ୍ନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବାଙ୍କେଶ୍ୱରୀ ପୀଠ ଘାଟିରେ ହଠାତ୍ ଘଟିଲା ଅଘଟଣ। ଦୁଇ ପ୍ରେମୀଯୁଗଳ ଘାଟି ନିକଟରେ ରିଲ୍ସ କରୁଥିଲେ। ଏହି ସମୟରେ କୌଣସି କାରଣରୁ ଯୁବକ ଜଣକ ପାହାଡ଼ ଉପରୁ ତଳକୁ ଖସିପଡ଼ିଥିଲେ। ତେବେ ତାଙ୍କ ସହ ଥିବା ଯୁବତୀ ଜଣକ ସୁରକ୍ଷିତ ଥିବା ଜଣାପଡ଼ିଛି।

Also Read:-ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ୟାଭାରତୀ

ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ପାହାଡ଼ ତଳେ ଖସିପଡ଼ିଥିବା ଯୁବକଙ୍କୁ ଖୋଜିବା ପାଇଁ ଜୋରଦାର ଉଦ୍ଧାର ଅଭିଯାନ ଚାଲିଛି। ଅନ୍ୟପଟେ, ଏହି ପ୍ରେମୀଯୁଗଳ ବ୍ରହ୍ମପୁରର ବୋଲି ପ୍ରାଥମିକ ସୂଚନା ମିଳିଛି। ଯୁବକଙ୍କ ପରିଚୟ ଓ ତାଙ୍କର ସ୍ଥିତି ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ମିଳିନାହିଁ।