ନୂଆଦିଲ୍ଲୀ: ଗୁରୁବାର ଆମେରିକାର ଇଲିନୋଇସର ଅରୋରାରେ ଥିବା ଏକ ହିନ୍ଦୁ ମନ୍ଦିରରେ ଗଣଗୁଳିକାଣ୍ଡ ଷଡ଼ଯନ୍ତ୍ର ଘଟଣାରେ ଭାରତ ଚିନ୍ତା ବ୍ୟକ୍ତ କରିଛନ୍ତି। ମାମଲାର ତଦନ୍ତ କରିବା ସହିତ ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷା ଦେବାକୁ ଆମେରିକୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ।

ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈସ୍ୱାଲ କହିଛନ୍ତି ଯେ ହିନ୍ଦୁ ବିରୋଧୀ ଓ ମୈଳବାଦୀ ଚିନ୍ତାଧାରା, ବିଶେଷ କରି ଭାରତୀୟ ବଂଶୋଦ୍ଭବଙ୍କ ବିରୁଦ୍ଧରେ ଖୁବ୍ ବିଚଳିତ କରୁଛି। ସେ କହିଛନ୍ତି “ଆମେ ଆମେରିକାର ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିଛୁ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ ଏବଂ ଅଟକ ରଖିବା ଏବଂ ତାଙ୍କ ବିରୁଦ୍ଧରେ ଆଗତ ଅଭିଯୋଗ ଉପରେ ନଜର ରଖାଯାଇଛି। ଆମେ ଆଶା କରୁଛୁ ଯେ ଆମେରିକୀୟ କର୍ତ୍ତୃପକ୍ଷ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ। ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଏଭଳି ଘଟଣାକୁ ରୋକିବାକୁ କଡ଼ା ପଦକ୍ଷେପ ନେବେ।”

Also Read- ଜର୍ମାନୀରେ ୩ ଭାରତୀୟଙ୍କୁ ହତ୍ୟା ! ଆବାସିକ କୋଠାରେ ନିଆଁ ଲାଗିବାରୁ ଜଳିଗଲେ

ସମୟ ପୂର୍ବରୁ କାର୍ଯ୍ୟାନୁଷ୍ଠାନକୁ ଭାରତୀୟ ଦୂତାବାସ ପକ୍ଷରୁ ପ୍ରଶଂସାତେବେ ଉଚିତ ସମୟରେ ଆମେରିକାର ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଚିକାଗୋରେ ଥିବା ଭାରତୀୟ କନସୁଲେଟ୍ ପ୍ରଂଶସା କରିଛି। ସମୟୋଚିତ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରି କନସୁଲେଟ ଭାରତୀୟ ପ୍ରବାସୀ ସଦସ୍ୟଙ୍କ ସହିତ ଯୋଗାଯୋଗରେ ଅଛୁ ଏବଂ ଘଟଣାକ୍ରମ ଉପରେ ନଜର ରଖୁଛୁ ବୋଲି ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି।

ଏନେଇ ଭାରତୀୟ ବଂଶୋଦ୍ଭବ କଂଗ୍ରେସ ସଦସ୍ୟ ରାଜା କୃଷ୍ଣମୂର୍ତ୍ତି କହିଛନ୍ତି ଯେ ସେ ଗଣଗୁଳିକାଣ୍ଡ ଷଡ଼ଯନ୍ତ୍ର ଦ୍ୱାରା "ଭୟଭୀତ ଅଛନ୍ତି। ଏବଂ ଯେଉଁମାନେ ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଥିଲେ ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ଆମେରିକାରେ ବଢୁଥିବା ଭାରତ ବିରୋଧୀ ଘୃଣା ଓ ଗୋରା ରଙ୍ଗ ଶ୍ରେଷ୍ଠ ମାନିସକତାନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ତେଣୁ ସମୟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। କୌଣସି ନିରୀହ ଲୋକର ଜୀବନ ଯିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିପାରିବୁ ନାହିଁ ବୋଲି ସେ କହିଛନ୍ତି।

କ'ଣ ଘଟିଥିଲା ଘଟଣା-

ହିନ୍ଦୁ ମନ୍ଦିରରେ ହୋଇଥାନ୍ତା ଗଣହତ୍ୟା। ଗୁଳିମାଡରେ ଯାଇଥାନ୍ତା ଶହ ଶହ ଜୀବନ । ଏମିତି କିଛି ଟାର୍ଗେଟ ରଖିଥିଲା ଛାତ୍ର । ହେଲେ ଫେଲ୍ ମାରିଗଲା ଚାଲ୍ । ଧରିଦେଲା ପୋଲିସ । ଏମିତି ଏକ ଘଟଣା ଆମେରିକାରେ ଚହଳ ପକାଇ ଦେଇଛି ।

ରିପୋର୍ଟ ଅନୁସାରେ, ଆମେରିକାର ହିନ୍ଦୁ ମନ୍ଦିର ପାଖରେ ଗୁଳିମାଡ଼ କରି ଗଣହତ୍ୟା ବାବଦରେ ହୋଇଥିବା ଏକ ଷଡଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ଇଲିନୟର ପେଲେଟାଇନରେ ରହୁଥିବା ଜଣେ ୧୯ ବର୍ଷୀୟ ଯୁବକକୁ ଏହି ମାମଲାରେ ପୋଲିସ ଗିରଫ କରିଛି । ଗିରଫ ଯୁବକର ନାଁ ଆଲେକଜାଣ୍ଡ୍ରୋସ୍ ପାପାରୋକିସ୍ । ନବରାତ୍ରୀ ସମୟରେ ସେ ମନ୍ଦିର ପାଖରେ ନାରକୀୟ କାଣ୍ଡ ଭିଆଇଥାନ୍ତା ବୋଲି ପୋଲିସ ସନ୍ଦେହ କରୁଛି ।

ପୋଲିସର କହିବାନୁସାରେ, କେଉଁ ମନ୍ଦିରରେ ଆକ୍ରମଣ ହୋଇଥାନ୍ତା ସେନେଇ କିଛି ତଥ୍ୟ ମିଳିନାହିଁ । ଅକ୍ଟୋବର ୧୧ ତାରିଖରେ ମାଉଣ୍ଟ୍ ପ୍ରସପେକ୍ଟ ପୋଲିସକୁ ସମ୍ଭାବ୍ୟ ଆକ୍ରମଣ ନେଇ ଖବର ମିଳିଥିଲା । ଏହାପରେ ରେଡ୍ କରାଯାଇ ଜଣେ ୧୯ ବର୍ଷୀୟ ଯୁବକକୁ ଗିରଫ କରାଯାଇଥିଲା । ତା ନିକଟରୁ ରାଇଫଲ୍, ମାଗାଜିନ୍, ବଡି ଆର୍ମର ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ମିଳିଛି ।