ଭୁବନେଶ୍ୱର ୧୫।୧୦ : ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସିଲିକନ୍ ଟେକ୍ ଲାବ୍, ପଞ୍ଚସଫ୍ଟ ଟେକ୍ନୋଲୋଜି ଓ PSIL ଇଣ୍ଟରନ୍ୟାସନାଲ୍ ସହ ଜଡ଼ିତ ସଂସ୍ଥା ଓ ବ୍ୟକ୍ତିଙ୍କ ପରିସରରେ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ଜବତ ହୋଇଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍, ଇଲେକ୍ଟ୍ରୋନିକ୍ ଡିଭାଇସ୍ ଓ ବିଭିନ୍ନ ରେକର୍ଡ।

ମନି ଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ ଏହି ସବୁ ସାମଗ୍ରୀ ଜବତ କରାଯାଇଛି। ପ୍ରତି ପରୀକ୍ଷାର୍ଥୀଙ୍କଠାରୁ ୧୫ରୁ ୩୦ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଯୋଗାଇବାକୁ ପ୍ରଲୋଭନ ଦିଆଯାଇଥିବା ଅଭିଯୋଗ ହୋଇଛି। EDର କହିବା ଅନୁସାରେ, ଏହି ମାମଲାରେ ଏପରି କିଛି କମ୍ପାନୀ ଓ ବ୍ୟକ୍ତିଙ୍କ ଭୂମିକା ସାମ୍ନାକୁ ଆସିଛି, ଯେଉଁମାନେ ପୂର୍ବରୁ ତଦନ୍ତକାରୀ ସଂସ୍ଥାର ନଜରକୁ ଆସିନଥିଲେ। ଏହା ସହ OPRB ଓ ଅନ୍ୟ କମ୍ପାନୀ ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ସମ୍ଭାବ୍ୟ ଭୂମିକା ମଧ୍ୟ ଯାଞ୍ଚ କରାଯାଉଛି। ଏହି ମାମଲାରେ ପୂର୍ବରୁ CBI ତଦନ୍ତ କରୁଥିବା ବେଳେ ଏବେ ଅର୍ଥ କାରବାର ଓ ଟଙ୍କାର ଉତ୍ସ ଖୋଜୁଛି ED। ଏହି ମାମଲାରେ ଅନ୍ୟ କମ୍ପାନୀ ଓ ବ୍ୟକ୍ତିଙ୍କ ସମ୍ଭାବ୍ୟ ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତ ଜାରି ରହିଛି।

Also Read:-ବହୁଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲା, ସାହିଲ- ମୁସ୍କାନକୁ ମିଳିଲା ମୃତ୍ୟୁ ଦଣ୍ଡ