ନୂଆଦିଲ୍ଲୀ, ୦୮/୦୯ : ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଛି । ଦଳ କିଓ୍ୱି ଟିମ୍ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ । ଯେଉଁଥିରେ ବିରାଟ କୋହଲି ଏବଂ ରୋହିତ ଶର୍ମା ନଜର ଆସିବେ । ଫ୍ୟାନ୍ସ ମଧ୍ୟ ଏଥିପାଇଁ ଖୁସି ଅଛନ୍ତି । କାରଣ କିଓ୍ୱି ମାଟିରେ ଦୁଇ ଭେଟେରାନଙ୍କ ରେକର୍ଡ ଜବରଦସ୍ତ ରହିଛି । ତେବେ ବ୍ଲାକ୍ କ୍ୟାପ୍ ଅଧିନାୟକ ମିଚେଲ୍ ସାଣ୍ଟନର ରୋ-କୋଙ୍କୁ ରୋକିବାକୁ ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି ।

Also Read :- ନେପାଳ ବନ୍ୟା : ୫୦୦୦ ଲୋକଙ୍କ ପତ୍ତା ମିଳୁନି, କାଦୁଅ ଭିତରୁ ଏବେବି ବାହାରୁଛି ମୃତଦେହ

ସାଣ୍ଟନର କହିଛନ୍ତି ଯେ, ବିରାଟ ଏବଂ ରୋହିତଙ୍କ ରେକର୍ଡ ନ୍ୟୁଜିଲାଣ୍ଡ ମାଟିରେ ଭଲ ଅଛି । କିନ୍ତୁ ଏଥର ଦୁଇ ଭେଟେରାନଙ୍କ ବ୍ୟାଟ୍ ଚାଲିବ ନାହିଁ । ଦିନିକିଆରେ ଦୁଇ ଜଣ ଏବେବି ଦମଦାର ଖେଳୁଛନ୍ତି । ସେମାନେ କିଓ୍ୱି ପିଚକୁ ପସନ୍ଦ କରନ୍ତି । ହେଲେ ସେମାନଙ୍କୁ ଭଲ ଖେଳିବାକୁ ସୁଯୋଗ ଦିଆଯିବ ନାହିଁ ।

ସେ ଆହୁରି ଭାରତର ଯୁବ ଟେଷ୍ଟ୍ ଟିମକୁ ନେଇ କହିଛନ୍ତି ଯେ, ନ୍ୟୁଜିଲାଣ୍ଡର ପିଚରେ ବାଉନ୍ସ ଏବଂ ସ୍ୱିଂ ରହିଛି । ଏହା ଭାରତୀୟ ଖେଳାଳିଙ୍କ ପାଇଁ ଅଗ୍ନିପରୀକ୍ଷା ହେବ । ଏଠାକାର ପରିସ୍ଥିତିକୁ ବୁଝିବା ପାଇଁ ବ୍ୟାଟରଙ୍କୁ ଅନେକ ସମୟ ଲାଗିଯିବ । ତେବେ ଭାରତର ପେସ୍ ବାହିନୀ ଶକ୍ତିଶାଳୀ ରହିଛି । ଜସପ୍ରିତ ବୁମରାହ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଆଦି ବୋଲର ଦଳରେ ଅଛନ୍ତି । ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ ସନ୍ତୁଳନ ଆଣିବ । ଏହି ବୋଲିଂ ଲାଇନ୍ ଅପକୁ ନ୍ୟୁଜିଲାଣ୍ଡ ବ୍ୟାଟର ସାମ୍ନା କରିପାରିବେ ।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ଟିମ୍ ଭାରତରୁ ୩-୦ରେ ଟେଷ୍ଟ୍ ସିରିଜରେ ପରାସ୍ତ କରିଥିଲା । ଘରୋଇ ମାଟିରେ ଭାରତକୁ ହରାଇବା ସେମାନଙ୍କ ପାଇଁ ବଡ ଉପଲବ୍ଧି ବୋଲି ସାଣ୍ଟନର ମାନିଛନ୍ତି । ଏହାସହ ଦୁଇ ଦେଶ ମଧ୍ୟରେ ସିରିଜ୍ ଖୁବ୍ ରୋମାଞ୍ଚକର ହେବ ବୋଲି ସେ କହିଛନ୍ତି ।