ନୂଆଦିଲ୍ଲୀ, ୦୮/୦୯ : ନେପାଳରେ ପ୍ରଳୟଙ୍କରୀ ବନ୍ୟା ଆସିବାର ୧୩ ଦିନ ପରେ ବି ନିଖୋଜ ଥିବା ୫୦୦୦ ଲୋକଙ୍କର କୌଣସି ପତ୍ତା ମିଳୁନାହିଁ। ସେମାନଙ୍କୁ ଖୋଜିବା ପାଇଁ ଅଭିଯାନ ଜାରି ରହିଛି। ଅଦ୍ୟାବଧି ୧୩, ୪୦୦ ଜଣଙ୍କୁ ଉଦ୍ଧାର କରାଯାଇଛି। ନିକଟରେ ନୁଓ୍ବାକୋଟ ଜିଲ୍ଲାରେ ଜଣେ ୬୦ ବର୍ଷୀୟା ବୃଦ୍ଧା ଜୀବିତ ଅବସ୍ଥାରେ ମିଳିଥିଲେ। ମୃତ୍ୟୁ ସଂଖ୍ୟା ୧୩୫୬ରେ ପହଞ୍ଚିଛି।

ନେପାଳ-ତିବ୍ବତ ସୀମାରେ ଗ୍ଲେସିୟର ଭାଙ୍ଗିବା ପରେ ଅଚାନକ ଭୀଷଣ ବନ୍ୟା ଆସିଥିଲା। ଏହାଯୋଗୁ ନେପାଳରେ ବିନାଶଲୀଳା ଘଟିଥିଲା। ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ୫ଟି ଜଳ ବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରେ ଉଦ୍ଧାର ଅଭିଯାନ ଜାରି ରହିଛି । ସୁଡ଼ଙ୍ଗ ମଧ୍ୟରେ ୧୨୧ ଜଣ ଫସିଥିବା ଅନୁମାନ କରାଯାଉଛି। ସେହିଭଳି ତିବତରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୫୩୧ ଜଣ ନିଖୋଜ ଅଛନ୍ତି।

Also Read :- ଇରାନ ମାନଚ୍ଚିତ୍ରରେ ଟ୍ରମ୍ପଙ୍କ ଫଟୋ ! ସୋସିଆଲ ମିଡିଆରେ ଆମେରିକା ରାଷ୍ଟ୍ରପତିଙ୍କ ୭ ପୋଷ୍ଟକୁ ନେଇ ଚର୍ଚ୍ଚା

ନେପାଳୀ ସେନା କହିଛି, ବନ୍ୟା ପ୍ରଭାବିତ ଜଳ ବିଦ୍ୟୁତ ପ୍ରକଳ୍ପରେ ଉଦ୍ଧାର ଅଭିଯାନ ସେ ପର୍ଯ୍ୟନ୍ତ ଜାରି ରହିବ, ଯେ ପର୍ଯ୍ୟନ୍ତ କୌଣସି ବଡ଼ ସଫଳତା ନ ମିଳିଛି। ମେଜର ଜେନେରାଲ ସୁଭାଷ ଜଙ୍ଗ ଥାପା ସୋମବାର କହିଛନ୍ତି, ସୁଡ଼ଙ୍ଗ ଭିତରେ ଦ୍ରୁତ ଗତିରେ ଉଦ୍ଧାର ଓ ତଲାସୀ ଅଭିଯାନ ଚାଲିଛି। ସରକାର କୌଣସି ନିଷ୍ପଭି ନ ନେବା ଯାଏ ଏହା ବଳବତ୍ତର ରହିବ।

ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହ କହିଛନ୍ତି, ବିପର୍ଯ୍ୟୟ ବେଳେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଲାଗିଥିବା ସୁରକ୍ଷା ବଳର ଯବାନଙ୍କ ପରିଶ୍ରମ ଓ ତ୍ୟାଗକୁ ଯଥୋଚିତ ସମ୍ମାନ ଦିଆଯିବ। ସେନା, ପୁଲିସ ଏବ ଏବଂ ସଶସ୍ତ୍ର ପୁଲିସ ବାହିନୀର ଯବାନ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସହାୟତା କରୁଛନ୍ତି। ଶବଗୁଡ଼ିକୁ ସମ୍ମାନର ସହ ସମ୍ଭାଳିବା, ରୋଗବ୍ୟାଧି ବ୍ୟାପିବାକୁ ନ ଦେବା ଏବଂ ରିଲିଫ ଶିବିରରେ ରହୁଥିବା ଲୋକଙ୍କୁ ସେମାନେ ସବୁ ପ୍ରକାର ସାହାଯ୍ୟ ସାହାଯ୍ୟ କରୁଛନ୍ତି। ସେମାନଙ୍କ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କୁ ଲେ ସୁରକ୍ଷା ଭରସା ମିଳୁଛି। ଯବାନଙ୍କ ସେବା, ସୁରକ୍ଷା ଏବଂ ସୁବିଧା ସହ କୌଣସି ସାଲିସ କରାଯିବ ନାହିଁ ବୋଲି ବାଲେନ୍ ପ୍ରକାଶ କରିଛନ୍ତି ।