ନାଗପୁର,୧|୦୧ :ବୁଧବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ସିରିଜ୍ ଆରମ୍ଭ ହେବ । ସନ୍ଧ୍ୟାଟା୩୦ରେ ଦୁଇ ଦଳ ପରସ୍ପରକୁ ଭେଟିବେ । ନାଗପୁରରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଭାରତ ଦିନିକିଆ ସିରିଜ୍ ପରାଜୟର ବଦଲା ନେବାକୁ ଓହ୍ଲାଇବ ବୋଲି ଫ୍ୟାନ୍ସମାନେ ଆଶା କରୁଛନ୍ତି ।

ଦିନିକିଆ ସିରିଜ୍ ଜିତିବା ପରେ ଆତ୍ମବିଶ୍ୱାସରେ ଭରପୁର ରହିଛି ନ୍ୟୁଜିଲାଣ୍ଡ । ଟି୨୦ବିଶ୍ୱକପ୍ ପୂର୍ବରୁ ଏହି ସିରିଜ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଆଉ କିଛି ଦିନପରେବିଶ୍ୱକପ୍ ଆରମ୍ଭ ହେବ । ଭାରତ ଟୁର୍ଣ୍ଣାମେଣ୍ଟରେ ଫେଭରେଟ୍ ରହିଛି । ତେଣୁ ଏହି ସିରିଜ୍ ଉଭୟ ଟିମ୍ ପାଇଁ ଅଭ୍ୟାସ ଭଳି ହେବ । ଯାହା ପରୀକ୍ଷଣ କରିବା କଥାଟିମ୍ ମ୍ୟାନେଜମେଣ୍ଟଏବେ କରିପାରିବ ।

ପ୍ରଥମ ମୁକାବିଲା ପୂର୍ବରୁ ସୂର୍ଯ୍ୟ କୁମାର ଯାଦବ ଇଶାନ କିଷାନଙ୍କୁ ଖେଳାଇବା ନେଇ କହି ସାରିଛନ୍ତି । ଇଶାନ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ଅନ୍ୟ ଦିଗରେ ତିଲକ ବର୍ମାଙ୍କ ବଦଳରେ ଦଳରେ ସ୍ଥାନ ପାଇଥିବା ଶ୍ରେୟସ ଆୟର ଚୂଡାନ୍ତ ଏକାଦଶରୁ ବାଦ୍ ପଡିପାରନ୍ତି । ଅନ୍ୟ ଦିଗରେ ଦଳ ଦୁଇ ଜଣ ଦ୍ରୁତ ବୋଲରଙ୍କ ସହ ପଡିଆକୁ ଓହ୍ଲାଇବ । ସେହିପରି କୁଲଦୀପ ଯାଦବ କିମ୍ବା ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସାମିଲ କରିପାରନ୍ତି ସୂର୍ଯ୍ୟ କୁମାର ।

ସେହିପରି ଜସପ୍ରିତ ବୁମରାଙ୍କ ସହ ଅର୍ଶଦୀପ ସିଂ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ପେସ୍ ଆଟାକ୍ ସମ୍ଭାଳିବେ । ଉପ ଅଧିନାୟକ ଅକ୍ଷର ପଟେଲ ଅତିରିକ୍ତ ସ୍ପିନରର ଭୂମିକା ତୁଲାଇବେ ।

ସମ୍ଭାବ୍ୟ ଭାରତୀୟ ଟିମ୍

ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଷାନ, ସୂର୍ଯ୍ୟ କୁମାର ଯାଦବ, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଶିବମ ଦୁବେ, ଜସପ୍ରିତ ବୁମରା, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ