ଚଣ୍ଡିଗଡ,୮|୦୬:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପଞ୍ଜାବର ଚଣ୍ଡିଗଡରେ ଟେଷ୍ଟ୍ ମୁକାବିଲା ଖେଳାଯାଉଛି । ପ୍ରଥମ ଟେଷ୍ଟରେ ଭାରତର ପଲ୍ଲା ଭାରି ରହିଛି । ଟସ୍ ଜିତି ପ୍ରଥମ ଇନିଂସରେ ଭାରତ ବିଶାଳ ୫୬୪ ରନ୍ କରିଥିଲା । ଶୁଭମନ ଗିଲ ଏବଂ କେଏଲ ରାହୁଲଙ୍କ ଶତକ ବଳରେ ଦଳ ବିଶାଳ ସ୍କୋର କରିଥିଲା । ଜବାବରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ମାତ୍ର ୧୫୮ରେ ଅଲଆଉଟ୍ ହୋଇ ଫଲୋ ଅନ୍ ର ଶିକାର ହୋଇଛି ।

ମୁକାବିଲାରେ ପଦାର୍ପଁଣ କରିଥିଲେ ବୋଲର ମାନବ ସୁଥାର୍ । ସେ ୨୨ ଓଭର ବୋଲିଂ କରି ୨୨ ରନ୍ ବ୍ୟୟ କରିଥିବା ବେଳେ ୬ଟି ଓ୍ୱିକେଟ୍ ନେଇଛନ୍ତି । ଜୀବନର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଏତେ ବଡ ସଫଳତା ପାଇବା ବିରଳ ଘଟଣା । ତେବେ ଏହି ସଫଳତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମାନବ୍ ।

ସେ କହିଛନ୍ତି ଯେ, ସେ ଠିକ୍ ସ୍ଥାନରେ ବୋଲିଂ କରିବାକୁ ଫୋକସ୍ କରିଥିଲେ । ସରଫେସ୍ ଏବଂ ପିଚରୁ ଅନେକ ଫାଇଦା ମିଳିଥିଲା । ତାଙ୍କ ପାଖରେ ବଲକୁ ଟର୍ଣ୍ଣ୍ କରିବାର କ୍ଷମତା ରହିଛି । ଯାହା ସେ କରିଥିଲେ ଏବଂ ସଫଳତା ମିଳିଥିଲା ।

Also Read :- Israel Attacks Iran After Trump's Advice: ଟ୍ରମ୍ପଙ୍କ ଅନୁରୋଧ ପରେ ବି ଇରାନ ଉପରେ ଇସ୍ରାଏଲର ମିସାଇଲ ମାଡ଼, ତେହେରାନରେ ଘନଘନ ବିସ୍ଫୋରଣ

ସେ ଆହୁରି କହିଛନନ୍ତି ଯେ, ଭାରତୀୟ ଦଳରେ ଖେଳିବା ତାଙ୍କର ସ୍ୱପ୍ନ ଥିଲା । ଅନେକ ଦିନ ଧରି ସେ ଘରୋଇ ମ୍ୟାଚ୍ ଖେଳିଛନ୍ତି । କିନ୍ତୁ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିବା ନେଇ ଥିବା ଇଚ୍ଛା ବାସ୍ତବତାର ରୂପ ନେଇଛି । ସେ ପୂର୍ବରୁ ଆଇପିଏଲରେ ମାତ୍ର ୫ଟି ମୁକାବିଲା ଖେଳିଛନ୍ତି । ଏହାମଧ୍ୟରୁ ୪ଟି ମ୍ୟାଚ୍ ଗତ ସିଜିନରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳିଥିଲେ । ୨୦୨୪ରେ ସେ ଗୁଜୁରାଟ ଟାଇଟନ୍ସରେ ଯୋଗ ଦେଇଥିଲେ । ହେଲେ ଆଇପିଏଲରେ ସେ ମାତ୍ର ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।