ନୂଆଦିଲ୍ଲୀ: ଶେଷରେ ମିଳିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତେହେରିକ- ଏ-ଇନସାଫ୍ (ପିଟିଆଇ)ର ସଂସ୍ଥାପକ ଇମରାନ ଖାନଙ୍କୁ ଦେଖା କରିବାର ଅନୁମତି। ମଙ୍ଗଳବାର ପାକିସ୍ତାନ ସରକାର ଇମରାନଙ୍କ ଭଉଣୀ ଉଜମା ଖାନମଙ୍କୁ ତାଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। ଉଜମା ନିଜ ଭାଇଙ୍କୁ ଦେଖାକରିବାକୁ ଜେଲ ଭିତରକୁ ଯାଇଛନ୍ତି, ଯେତେବେଳେକି ପିଟିଆଇ ସମର୍ଥକ ବାହାର ଏକାଠି ହୋଇଛନ୍ତି।

ସୂଚନାଥାଉକି, ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମରାନ ଖାନ ରାଓ୍ବଲପିଣ୍ଡିର ଆଦିୟାଲା ଜେଲରେ ବନ୍ଦୀ ଅଛନ୍ତି। ହେଲେ ଅନେକ ଦିନରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ଏବଂ ପିଟିଆଇ ସଦସ୍ୟଙ୍କୁ ଅନେକ ଦିନରୁ ଇମରାନଙ୍କୁ ଭେଟିବାକୁ ଦିଆଯାଉନଥିଲା। ଏମିତିକି ଗଣମାଧ୍ୟମରେ ଇମ୍ରାନଙ୍କୁ ହତ୍ୟା କରିଦିଆଯାଇଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା।

ପିଟିଆଇ ମଧ୍ୟ ମଙ୍ଗଳବାର ଇମରାନଙ୍କୁ ଦେଖାକରିବା ଅଧିକାର ଉପରେ ଲାଗିଥିବା ରୋକ୍ର ଏବଂ ଇସଲାମାବାଦ ହାଇକୋର୍ଟ ଏବଂ ଆଦିୟାଲା ଜେଲ ବାହାରେ ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ବିରୋଧ ପୂର୍ବରୁ ପାକିସ୍ତାନ ସରକାର ଏହି ଅନୁମତି ଦେଇଛନ୍ତି।