ଜଳେଶ୍ବର ୧୩।୮: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଛୁରୀ ଭୁସିଲା ସ୍ୱାମୀ । ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବିନ୍ଧାଣି ସାହିରେ ।

ବିନ୍ଧାଣି ସାହିରେ ରୁହନ୍ତି ସ୍ତ୍ରୀ ଯବା ମୁର୍ମୁ ଏବଂ ସ୍ୱାମୀ ରାମ ମୁର୍ମୁ । କୌଣସି କଥାକୁ କେନ୍ଦ୍ରକରି ସ୍ୱାମୀ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା । ତେବେ ସ୍ୱାମୀ ରାମ ମୁର୍ମୁ ନିଶାସକ୍ତ ଅବସ୍ଥାରେ ଏକ ଧାରୁଆ ଛୁରୀରେ ସ୍ତ୍ରୀ ଯବାକୁ ଆକ୍ରମଣ କରିଥିଲେ । ଏଥିରେ ଯବାର ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଗୁରୁତର ହୋଇପଡ଼ିଥିଲେ ।

ଖବର ପାଇ ଦେଉଳା ପଞ୍ଚାୟତ ସରପଞ୍ଚ ସରୋଜ ପିଳା ଗୁରୁତର ଯବାକୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ନିଶାଶକ୍ତ ସ୍ୱାମୀ ରାମ ମୁର୍ମୁକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

Watch Video: