ଢେଙ୍କାନାଳ ୨୦।୯: ପତ୍ନୀକୁ ପିଟି ପଟି ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା । ଢେଙ୍କାନାଳ ପରଜଙ୍ଗ ଥାନା ଆଖୁଆପାଳ ୩ ନମ୍ବର କଲୋନୀରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ କଳହରୁ ଏଭଳି ଏକ ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ମୃତଦେହ ଜବତ କରି ପୋଲିସ ଓ ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି । ତେବେ ବାପା କିପରି ମା'କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛି, ସେହି ହୃଦୟବିଦାରକ ଘଟଣାକୁ ବୟାନ କରୁଛି ୮ ବର୍ଷର ଶିଶୁ କନ୍ୟା ।

Also Read:- ଓଡ଼ିଶା ଆସୁଛି ଗଭୀର ଅବପାତ ! ୨୨ରୁ ପ୍ରବଳ ବର୍ଷା, ୨୩ରେ ଉପକୂଳ ଛୁଇଁବା ସମ୍ଭାବନା

ମୃତକ ହେଉଛନ୍ତି ୩୩ ବର୍ଷୀୟ ରତ୍ନାକର ନାୟକ ଓ ତାଙ୍କ ପତ୍ନୀ ୩୦ ବର୍ଷୀୟା ରଶ୍ମିତା ନାୟକ । ଉଭୟଙ୍କର ୩ଟି ଝିଅ ଅଛନ୍ତି । ଶନିବାର ରାତିରେ ରତ୍ନାକର ସ୍ତ୍ରୀ ରଶ୍ମିତାକୁ ନିର୍ଦ୍ଦୟ ଭାବେ ପିଟି ପିଟି ମାରି ଦେଇଥିଲା । ପରେ ୩ ଝିଅଙ୍କୁ ଗୋଟିଏ ଘରେ ବନ୍ଦ କରି ରତ୍ନାକର ଘର ପାଖ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି । ତେବେ କାହିଁକି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ତାହା ଜଣାପଡିନି । ତେବେ ତଦନ୍ତ ପରେ ହିଁ ଏହି ଘଟଣାର ରହସ୍ୟ ଜଣାପଡିବ ବୋଲି ତଦନ୍ତକାରୀ ପୋଲିସ କହିଛି ।

Watch Video: