ବମ୍ବେ ,୪ /୧୧-; ଏଲନ ମସ୍କଙ୍କ ନୂଆ ଫ୍ଲାଇଙ୍ଗ କାରକୁ ସମାଲୋଚନା କଲେ ବଲିଉଡ ଅଭିନେତା ରଣବୀର କପୁର l ରଣବୀର ଟେସଲାର ଫ୍ଲାଇଙ୍ଗ କାରକୁ ପ୍ରାଚୀନ କାଳର ପୁଷ୍ପକ ବିମାନ ସହିତ ତୁଳନା କରିଛନ୍ତି l କହିଛନ୍ତି ଏଲନ ମସ୍କ ଯାହା ଆଜିକା ସମୟରେ ଲୋକଙ୍କୁ ଦେଖାଉଛନ୍ତି ତାହା ଭାରତ ବହୁତ ଆଗରୁ ଦେଖି ସାରିଛି l ଆଜିକା ସମୟରେ ଯାହା ଫ୍ଲାଇଙ୍ଗ କାର ବୋଲି କୁହାଯାଉଛି ,୫୦୦୦ ବର୍ଷ ପୂର୍ବରୁ ତାହା ପୁଷ୍ପକ ବିମାନ ଭାବରେ ଭାରତରେ ହିଁ ପ୍ରଥମେ ଆବିଷ୍କାର ହୋଇଥିଲା l ରାମାୟଣ ପାର୍ଟ- ୧ ର ପ୍ରମୋସନ ସମୟରେ ଏଭଳି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ରଣବୀର l ତେବେ ଏଇ ନିକଟ ଅତିତିରେ ଅର୍ଥାତ ଅକ୍ଟୋବର ୧୫ରେ ଏହି ଫ୍ଲାଇଙ୍ଗ କାରକୁ ଏଲନ ମସ୍କ ଲଞ୍ଚ କରିଥିବା ବେଳେ ରଣବୀରଙ୍କ ଏଭଳି ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି l

also read- Mahi Vij: ବିଗ୍ ବସ୍ ୨୦ରେ ମାହିଙ୍କୁ ଲଭ୍‌ଙ୍କ ମାଆଙ୍କ କଡ଼ା ଜବାବ, ଅଡିଓ ଶୁଣି କାନ୍ଦିଲେ ଅଭିନେତ୍ରୀ

ତେବେ କାହିଁକି ହଠାତ ଏଭଳି କହିଲେ ରଣବୀର ?ସୂଚନା ଅନୁସାରେ ଆଗାମୀ ୬ ତାରିଖରେ ମୁକ୍ତି ଲାଭ କରିବାକୁ ଯାଉଥିବା ଇଣ୍ଡିଆନ ଏପିକ ସିନେମା ରାମାୟଣର ପ୍ରମୋସନ ସମୟରେ ଏକ ସାକ୍ଷାତକାର ଜରିଆରେ ଏଭଳି କହିଛନ୍ତି ରଣବୀର l ଉକ୍ତ ସାକ୍ଷାତକାରରେ ରଣବୀର ରାମାୟଣ ସିନେମାର ପୃଷ୍ଠଭୂମି ବିଷୟରେ ଆଲୋଚନା କରିବା ସହିତ ସେହି ସମୟରେ ବ୍ୟବହାର ହୋଇଥିବା ଅସ୍ତ୍ର ଶସ୍ତ୍ର ବିଷୟରେ ଆଲୋଚନା କରିଥିଲେ l ଏହି ପରିପେକ୍ଷୀରେ ରଣବୀର କହିଥିଲେ ,ଏଲନ ମସ୍କ ଏବେ ଉଡ଼ନ୍ତା କାର ନିର୍ମାଣ କରିଛନ୍ତି କିନ୍ତୁ ୫୦୦୦ ବର୍ଷ ପୂର୍ବରୁ ଭାରତରେ ପୁଷ୍ପକ ବିମାନ ନିର୍ମାଣ ହୋଇସାରିଛି l ତେବେ ପୁଷ୍ପକ ବିମାନ ରାମାୟଣ କଥା ଚିତ୍ରରେ ରାବଣ ବ୍ୟବହାର କରିଥିବାର ଉଲେଖ ଥିବା ବେଳେ l ତାହା ପ୍ରାଚୀନ ଭାରତର ପ୍ରଯୁକ୍ତିବିଦ୍ୟାର ପାରିଦର୍ଶିତାର ପରିଚୟ ବୋଲି ଅନେକ ବିଶ୍ୱାସ କରନ୍ତି l ଅନ୍ୟପଟେ ରଣବୀରଙ୍କ ଏହିପରି ବୟାନକୁ ଆନ୍ତର୍ଜାତିକ ମହଲରେ ଭାରତୀୟ ପ୍ରାଚୀନ ଜ୍ଞାନ କୌଶଳ ଓ ସମୃଦ୍ଧ ସଂସ୍କୃତି ବିଷୟରେ ଢେର ଚର୍ଚ୍ଚା ଦେଖିବାକୁ ମିଳିଛି l