ଚଣ୍ଡିଗଡ଼: ଏକ କାର୍ଯ୍ୟାଳୟର ଦୀପାବଳି ପାର୍ଟି ଏବେ ସୋସିଆଲ ମିଡିଆ ସେନସେସନ ପାଲଟି ଯାଇଛି। ଓଶିନ ପାଣ୍ଡିୟାଙ୍କ ଲୋକପ୍ରୀୟ ବଲିଉଡ ଗୀତ ‘ଝଲ୍ଲା ବଲ୍ଲା’ ରେ କରାଯାଇଥିବା ଏକ ନୃତ୍ୟ ଇଣ୍ଟରନେଟ୍ ରେ ଲକ୍ଷଲକ୍ଷ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। ଏଥିରୁ ସବୁ ଭାଇରାଲ କ୍ଲିପସ୍ ହାଇବଜେଟ- ପ୍ରଡକ୍ସନ, ଫ୍ୟାନସୀ ଲାଇଟିଂ ଅଥବା ମାସ ମାସର କଠିନ ରିହର୍ସେଲ ଉପରେ ନିର୍ଭର କରେନି, କେବେ କେବେ ଭଲ ଫେଷ୍ଟିଭ ବିଟ୍ ମଧ୍ୟ ଭାଇରାଲ ହୋଇଯାଏ ତାହା ଏହା ଏହି ଭିଡିଓରୁ ପ୍ରମାଣିତ ହେଉଛି।

ଚଣ୍ଡିଗଡ଼ରେ ଏକ ଅଫିସରେ ଦୀପାବଳି ଗେଦରିଂରେ ଏହା ହିଁ ହୋଇଛି। ଓସିନଙ୍କ ସହଜ ମୁଭସ୍ ଏବେ ଇଂଷ୍ଟାରେ ଭାଇରାଲ ହେଉଛି। ଆକାଉଣ୍ଟ @sparkling_osheen ରେ କ୍ଲିପ ପୋଷ୍ଟ କରି ସେ ଏପରି ଏକ କ୍ୟାପସନ ଲେଖିଛନ୍ତି ଯାହା ଅଫିସ୍ ପାର୍ଟିମାନଙ୍କୁ ଯାଉଥିବା ଲୋକଙ୍କ ଲାଗି ଥିଲା। ‘ଅଫିସ ଦୀପାବଳି ପାର୍ଟିରେ ଏକ ଡ୍ୟାନସ ତ ଦରକାର ଥିଲା’ ଓ ସେ ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି। ୨୦୧୨ ମସିହାର ଫିଲ୍ମ ‘ଇସ୍କ ଜ୍ୟାଦା’ ପ୍ରସିଦ୍ଧ ଗୀତ ଝଲ୍ଲା ବଲ୍ଲା ଉପରେ ଆଧାରିତ ଏହି ଭିଡିଓରେ ଓସିନ ନୀଳ ଓ ସବୁଜ ରଙ୍ଗର ଏକ ଆକର୍ଷକ ଏଥନିକ୍ ସୁଟ୍ ପିନ୍ଧିଛନ୍ତି। ସେ ବିନା ଥତମତରେ ନିଜ ସହ କାମ କରୁଥିବା ଲୋକଙ୍କ ସାମ୍ନାରେ ବଢିଆ ଷ୍ଟେପ୍ ରେ ନାଚୁଛନ୍ତି ଓ ସହ କର୍ମୀମାନଙ୍କୁ ଝୁମିବାକୁ ବିବସ କରିଦେଇଛନ୍ତି।

ଏହି କ୍ଲିପ୍ କୁ ଏତେ ଏଣ୍ଟରଟୈନିଂ କରିବା ପଛରେ ରହିଛି ଏହାର ବାସ୍ତବିକତା । ଏହା କୌଣସି ଆର୍ଟିଫିସିଆଲ ଷ୍ଟେଜନ ନୁହେଁ, କୌଣସି ପ୍ରଫେସନାଲ କ୍ୟାମେରା ରିଗ୍ ନାହିଁ ତଥା ଜିରୋ ପଲିସଡ ପରଫର୍ମାନ୍ସ ଡ୍ରାମା। ଏହା କେବଳ ଏକ ଅସଲି ୱାର୍କପ୍ଲେସ୍ ଦୀପାବଳି ପାର୍ଟି ଯେଉଁଥିରେ ସାଥୀ କର୍ମଚାରୀମାନେ ତାଳି ବଜାଉଛନ୍ତି ଓ ଲୋକେ ନିଜ ଫୋନରେ ରେକର୍ଡ କରୁଛନ୍ତି। ଏହାର କେହି ଅନ୍ଦାଜ କରିବା ପୂର୍ବରୁ ଏହି କ୍ୟାଣ୍ଡିଡ ମୋମେଣ୍ଟ କାର୍ଯ୍ୟାଳୟର କାନ୍ଥ ଡେଇଁ ବିଶ୍ୱର ଅନେକ ଲୋକଙ୍କ ପାଖକୁ ପହଞ୍ଚି ଯାଇଛି।

ଏହି ଛୋଟିଆ ଭିଡିଓ କ୍ଲିପ୍ ଟି ଏବେ ୨୦ ମିଲିୟନ ଭ୍ୟୁଜ୍ ସାଉଣ୍ଟି ସାରିଲାଣି। ଏହାକୁ ଲକ୍ଷଲକ୍ଷ ଲାଇକସ୍ ମିଳୁଛି ଓ ଭିଡିଓ ଉପରେ ଲଗାତାର କମେଣ୍ଟସ୍ ବି ଆସୁଛି। ନଭେମ୍ବର ୨ ତାରିଖ ସୁଦ୍ଧା ରିପୋର୍ଟସରେ କୁହାଯାଇଛି ଯେ ପୋଷ୍ଟକୁ ପୂର୍ବରୁ ୩,୫୦,୦୦୦ ଲାଇକସ୍ ମିଳି ସାରିଲାଣି। ଏହା ଉପରେ ଶହଶହ ଆକ୍ଟିଭ ଡିସକସନ ବି ହୋଇଛି। ଏହାକୁ ଦେଖୁଥିବା ଲୋକେ ଓସିନଙ୍କ ନାଚ୍ୟୁରାଲ ଏକ୍ସପ୍ରେସନ ତାଙ୍କ ଫ୍ଲୁଇଡ ଗ୍ରେସ୍ ଓ ଫେଷ୍ଟିଭ ୱାର୍ଡରୋବ ଆଡକୁ ଆକର୍ଷିତ ହେଉଛନ୍ତି। ତାଙ୍କ କ୍ଲାସିକ୍ ନୀଳ ରଙ୍ଗର ସୁଟ୍ କମ୍ବିନେସନ ତୁରନ୍ତ ହିଟ୍ ହୋଇଯାଇଛି।