ମେଷ- କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିବ। ଦୀର୍ଘଦିନରୁ ଅଟକି ରହିଥିବା କାମରେ ଅଗ୍ରଗତି ହେବ। ଆର୍ଥିକ ଦିଗରେ ଲାଭବାନ ହେବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ମିଳିବ। ସନ୍ତାନଙ୍କ ପାଠପଢ଼ାକୁ ନେଇ ଚିନ୍ତା ଦୂର ହେବ। ପାରିବାରିକ ଜୀବନରେ ଶାନ୍ତି ରହିବ।

ବୃଷ- ଭାଗ୍ୟର ସହଯୋଗ ପାଇବେ। ଚାକିରି ଓ ବ୍ୟବସାୟରେ ଉନ୍ନତିର ଯୋଗ ରହିଛି। ନୂତନ ଯୋଜନା ଆରମ୍ଭ କରିବାକୁ ମନ ବଳାଇବେ। ଦୂରଯାତ୍ରାରୁ ଲାଭ ମିଳିପାରେ। ପିତାଙ୍କ ସହଯୋଗ ଓ ଆଶୀର୍ବାଦ ମିଳିବ। ତେବେ ଅଯଥା ଖର୍ଚ୍ଚ ଓ ବିବାଦରୁ ଦୂରେଇ ରୁହନ୍ତୁ।

ମିଥୁନ- ଆର୍ଥିକ ଦିଗରେ ଶୁଭଫଳ ମିଳିବ। ଅଟକି ରହିଥିବା ଧନ ଫେରିପାଇବାର ଆଶା ରହିଛି। ଗୁପ୍ତ ଶତ୍ରୁଙ୍କ ଠାରୁ ସତର୍କ ରୁହନ୍ତୁ। ଚାକିରିରେ ଦାୟିତ୍ୱ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନରେ ମତଭେଦ ଦୂର ହେବ। ହଠାତ୍ କୌଣସି ଶୁଭ ଖବର ପାଇ ଖୁସି ହେବେ।

କର୍କଟ- ଦାମ୍ପତ୍ୟ ଜୀବନରେ ସୁଖ ଓ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ଚୁକ୍ତି ହେବାର ସୁଯୋଗ ରହିଛି। ଭାଗିଦାରୀ କାର୍ଯ୍ୟରୁ ଲାଭ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବନ୍ଧୁଙ୍କ ସହଯୋଗରେ ଅସମ୍ପୂର୍ଣ୍ଣ କାମ ପୂରଣ ହେବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ।

ସିଂହ- ଦିନର ପ୍ରଥମ ଭାଗରେ କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନିଜର ପ୍ରତିଭା ପାଇଁ ପ୍ରଶଂସିତ ହେବେ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ଦ୍ୱିତୀୟ ଭାଗରେ କାର୍ଯ୍ୟବ୍ୟସ୍ତତା ବଢ଼ିପାରେ। ଋଣ ଓ ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପରିବାରରେ ଶୁଭ କାର୍ଯ୍ୟର ଆଲୋଚନା ହେବ।

କନ୍ୟା- ଦିନର ଦ୍ୱିତୀୟ ଭାଗରେ ମନୋବଳ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। ସନ୍ତାନଙ୍କ ପକ୍ଷରୁ ଶୁଭ ସମ୍ବାଦ ମିଳିପାରେ। ଶିକ୍ଷାର୍ଥୀମାନେ ପଢ଼ାରେ ଭଲ ଫଳ ପାଇବେ। ନୂତନ ଯୋଜନାରୁ ଭବିଷ୍ୟତରେ ଲାଭ ମିଳିବ। ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ।

ତୁଳା- ଘରୋଇ ଜୀବନରେ ସୁଖଶାନ୍ତି ବଜାୟ ରହିବ। ଜମିବାଡ଼ି ଓ ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ଶୁଭଫଳ ମିଳିପାରେ। ମାତାଙ୍କ ଆଶୀର୍ବାଦ ଓ ସହଯୋଗ ପାଇବେ। ଚାକିରିରେ ନୂତନ ଦାୟିତ୍ୱ ମିଳିପାରେ। ଯାନବାହନ କିଣିବା ପାଇଁ ଯୋଜନା କରିବେ। ଆର୍ଥିକ ଦିଗରେ ସ୍ଥିରତା ରହିବ।

ବିଛା- ପରାକ୍ରମ ଓ ସାହସ ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସଫଳ ହେବେ। ବ୍ୟବସାୟିକ ଯୋଗାଯୋଗରୁ ଲାଭ ମିଳିବ। ଛୋଟ ଯାତ୍ରା ସଫଳ ହୋଇପାରେ। ନିଜର କଥାବାର୍ତ୍ତା ଓ ବ୍ୟବହାରରେ ସଂଯମ ରଖନ୍ତୁ।

ଧନୁ- ଧନଲାଭର ସୁଯୋଗ ମିଳିବ। ପରିବାରରେ ମାନସମ୍ମାନ ବୃଦ୍ଧି ପାଇବ। ନୂତନ ଆୟର ମାର୍ଗ ଖୋଲିପାରେ। ବ୍ୟବସାୟୀମାନେ ଭଲ ବ୍ୟବସାୟ କରିବେ। ପୁରୁଣା ନିବେଶରୁ ଲାଭ ମିଳିବାର ଆଶା ରହିଛି। କଥା ଦେବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ।

ମକର- ଦିନର ପ୍ରଥମ ଭାଗରେ ମାନସିକ ଚାପ ଓ କାର୍ଯ୍ୟରେ ବାଧା ଅନୁଭବ କରିପାରନ୍ତି। ଅର୍ଥ କାରବାରରେ ସତର୍କ ରୁହନ୍ତୁ। ଦ୍ୱିତୀୟ ଭାଗରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ଆସିବ। ଆୟ ବୃଦ୍ଧିର ଯୋଜନା ସଫଳ ହୋଇପାରେ। ବନ୍ଧୁଙ୍କ ସହଯୋଗ ପାଇବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

କୁମ୍ଭ- ଅନାବଶ୍ୟକ ଖର୍ଚ୍ଚ ଓ ମାନସିକ ଅଶାନ୍ତି ବୃଦ୍ଧି ପାଇପାରେ। ଗୁପ୍ତ ଶତ୍ରୁଙ୍କ ଠାରୁ ସତର୍କ ରୁହନ୍ତୁ। କୌଣସି କାର୍ଯ୍ୟରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ଧୀରେଧୀରେ ଅଗ୍ରଗତି ହେବ। ଦ୍ୱିତୀୟ ଭାଗରେ ମନରେ ଅସ୍ଥିରତା ରହିପାରେ। ଧୈର୍ଯ୍ୟ ଓ ସଂଯମ ରଖିବା ଆବଶ୍ୟକ।

ମୀନ- ଆୟ ବୃଦ୍ଧିର ଶୁଭ ଯୋଗ ରହିଛି। ବନ୍ଧୁ ଓ ପରିଚିତଙ୍କ ସହଯୋଗରେ ଲାଭବାନ ହେବେ। ନୂତନ ଯୋଜନାରୁ ଭବିଷ୍ୟତରେ ଭଲ ଫଳ ମିଳିବ। ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଖୁସି ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682