ମେଷ- କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ । ଅଟକି ରହିଥିବା ଧନ ଫେରିପାଇବାର ଆଶା ରହିଛି । ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ପାରିବାରିକ ଜୀବନରେ ଛୋଟ ଛୋଟ କଥାକୁ ନେଇ ମତଭେଦ ହୋଇପାରେ । ଦୂରଯାତ୍ରାରେ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବୃଷ- ଭାଗ୍ୟର ସହଯୋଗ ମିଳିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ନୂତନ ଚୁକ୍ତି ଓ ଲାଭର ସୁଯୋଗ ମିଳିପାରେ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ଶୁଭ ଖବର ମିଳିପାରେ। ପରିବାରରେ ଶାନ୍ତି ରହିବ। ଅଯଥା ଖର୍ଚ୍ଚ ଓ ଅନ୍ୟକୁ ଉଧାର ଦେବାରୁ ଦୂରେଇ ରୁହନ୍ତୁ।

ମିଥୁନ- ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ଗୁପ୍ତ ଶତ୍ରୁଙ୍କ କାର୍ଯ୍ୟକଳାପ ଚିନ୍ତା ବଢ଼ାଇପାରେ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଚାକିରିରେ କାର୍ଯ୍ୟଭାର ବଢ଼ିପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ନିବେଶ କରିବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ।

କର୍କଟ- ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବ୍ୟବସାୟରେ ଭଲ ଲାଭ ମିଳିବା ସହ ନୂତନ ଭାଗୀଦାରିର ସୁଯୋଗ ଆସିପାରେ। ଅବିବାହିତଙ୍କ ପାଇଁ ବିବାହ ସମ୍ବନ୍ଧୀୟ ଆଲୋଚନା ଆଗକୁ ବଢ଼ିବ। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ। ତେବେ ଅନ୍ୟମାନଙ୍କ କଥାରେ ପଡ଼ି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ସିଂହ- ଚନ୍ଦ୍ରଙ୍କ ଜନ୍ମରାଶିରେ ଅବସ୍ଥାନ ଯୋଗୁଁ ମାନସିକ ଚଞ୍ଚଳତା ଓ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିବ। ଆୟ ଅପେକ୍ଷା ବ୍ୟୟ ବଢ଼ିପାରେ। ପରିବାରରେ କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇପାରେ। ନିଜର କଥାବାର୍ତ୍ତା ଓ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

କନ୍ୟା- ଆୟର ନୂତନ ମାର୍ଗ ଖୋଲିବା ସହ ପୂର୍ବ ଯୋଜନାରୁ ଲାଭ ମିଳିପାରେ। ସନ୍ତାନଙ୍କ ସଫଳତା ଖୁସି ଆଣିବ। ପ୍ରେମ ସମ୍ପର୍କରେ ଉନ୍ନତି ହେବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିପାରେ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। କୌଣସି ଅଯଥା ବିବାଦରେ ପଡ଼ନ୍ତୁ ନାହିଁ।

ତୁଳା- କର୍ମକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି। ଗୃହ ଓ ଯାନବାହନ ସମ୍ବନ୍ଧୀୟ ଚିନ୍ତା ଦୂର ହେବାର ଆଶା ରହିଛି। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅଫିସରେ ନିଜ ଦାୟିତ୍ୱ ଠିକ୍ ଭାବରେ ତୁଲାନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା- ସାହସ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସହଯୋଗରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଫଳ ହେବ। ଛୋଟ ଯାତ୍ରାରୁ ଲାଭ ମିଳିପାରେ। ବ୍ୟବସାୟୀମାନେ ନୂତନ ଗ୍ରାହକ ପାଇବେ। ଭାଗ୍ୟ ସହଯୋଗ କରିବାରୁ ଅଟକିଥିବା କାର୍ଯ୍ୟ ଆଗକୁ ବଢ଼ିବ। ତେବେ ତରବରିଆ ନିଷ୍ପତ୍ତିରୁ ଦୂରେଇ ରୁହନ୍ତୁ।

ଧନୁ- ପାରିବାରିକ ଜୀବନରେ କିଛି ଦାୟିତ୍ୱ ବଢ଼ିପାରେ। ଧନଲାଭର ସୁଯୋଗ ରହିଥିଲେ ମଧ୍ୟ ଅଯଥା ଖର୍ଚ୍ଚ ହୋଇପାରେ। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ଚାକିରିରେ ନୂତନ ଦାୟିତ୍ୱ ମିଳିପାରେ। ପରିବାରର ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ହେବ। ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ।

ମକର- ଦିନଟି ଅନେକ କ୍ଷେତ୍ରରେ ଅନୁକୂଳ ରହିବ। ଆତ୍ମବିଶ୍ୱାସ ବଢ଼ିବା ସହ ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ରହିବ। ଆର୍ଥିକ ଉନ୍ନତିର ଯୋଗ ରହିଛି। ଅଧିକାରୀଙ୍କ ନିକଟରୁ ପ୍ରଶଂସା ପାଇପାରନ୍ତି। ଶରୀରର ଯତ୍ନ ନେବା ସହ ବିଶ୍ରାମ ପାଇଁ ସମୟ ଦିଅନ୍ତୁ।

କୁମ୍ଭ- କାର୍ଯ୍ୟକ୍ଷେତ୍ରରେ କିଛି ବାଧା ଓ ବିଳମ୍ବ ଦେଖାଦେଇପାରେ। ଅଜଣା ବ୍ୟକ୍ତିଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ବ୍ୟୟ ବୃଦ୍ଧି ଯୋଗୁଁ ଆର୍ଥିକ ଚାପ ରହିପାରେ। ଦୂରଯାତ୍ରାରେ ସତର୍କ ରୁହନ୍ତୁ। ପୁରୁଣା ରୋଗ କିମ୍ବା ଶାରୀରିକ ଅସୁବିଧା ଚିନ୍ତା ବଢ଼ାଇପାରେ। ଧୈର୍ଯ୍ୟ ଓ ସଂଯମ ରଖି କାର୍ଯ୍ୟ କରନ୍ତୁ।

ମୀନ- ଆୟ ବୃଦ୍ଧିର ସୁଯୋଗ ମିଳିବ। ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ ନୂତନ କାର୍ଯ୍ୟରେ ସଫଳତା ମିଳିପାରେ। ବ୍ୟବସାୟରେ ଲାଭ ହେବା ସହ ପୁରୁଣା ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। ଉଚ୍ଚ ଆଶା ପୂରଣ ଦିଗରେ ଅଗ୍ରଗତି ହେବ। ପ୍ରେମ ଓ ବନ୍ଧୁତା ସମ୍ପର୍କ ମଧୁର ରହିବ। ନିବେଶ କରିବା ପୂର୍ବରୁ ଯଥେଷ୍ଟ ବିଚାର କରନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682