ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବାଙ୍କୁ କର୍ମ ଅନୁସାରେ ଫଳ ଦେବାର ଗ୍ରହ ବୋଲି ବିବେଚନା କରାଯାଏ। ତେଣୁ ଶନି ଗୋଚର ପ୍ରତ୍ୟେକ ଗ୍ରହ ଉପରେ ପ୍ରଭାବ ପକାଏ। ଦ୍ରିକ ପଚାଙ୍ଗ ଅନୁସାରେ ୩ ଜୁନ ୨୦୨୭ ଠାରୁ ମେଷ ରାଶିରେ ଶନି ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ, ମେଷ ରାଶିକୁ ଶନିର ସବୁଠାରୁ ନିମ୍ନ ରାଶି ଭାବରେ ବିବେଚନା କରାଯାଏ। ଆଉ ଏହି ରାଶିରେ ଶନିଙ୍କ ପ୍ରଭାବ ଅନ୍ୟ କିଛି ରାଶିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ଏହି ସମୟରେ କାମକାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। କୌଣସି ଜରୁରୀ କାମ ପୂରା ହେବାର ବିଳମ୍ବ ହୋଇପାରେ। ମାନସିକ ଚାପ ସହିତ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ବିଶେଷ କରି ୩ଟି ରାଶି ଉପରେ ଏହି ଶନି ଗୋଚରର ଅଧିକ ପ୍ରଭାବ ପଡ଼ିବ। ତେଣୁ ଏହି ୩ ରାଶିର ଲୋକଙ୍କୁ ବର୍ତ୍ତମାନ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ତେବେ ସେହି ୩ଟି ରାଶି କଣ କଣ ଆସନ୍ତୁ ଜାଣିବା ?

Also Read- Horoscope Today : ନଭେମ୍ବର ୪ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ ରାଶି: ଏହି ରାଶିରେ ଶନି ଗୋଚର ଯୋଗ ରହିଛି। ଏହି ସମୟରେ ଆପଣଙ୍କ ଉପରେ ଶନି ସାଢ଼େସାତିର ପ୍ରଭାବ ରହିବ। ଫଳରେ ମନ ଅଶାନ୍ତି ରହିବ। ଛୋଟ ଛୋଟ କଥାରେ କ୍ରୋଧ ଆସିପାରେ। ନିଷ୍ପତ୍ତି ନେବାର ଦ୍ୱନ୍ଦ୍ୱ ଉପୁଜିବ ଏବଂ କାମ ପୂରା ହେଉ ହେଉ ଅଧାରୁ ଅଟକି ଯାଇପାରେ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱାସ୍ଥ୍ଯକୁ ଅବହେଳା କରନ୍ତୁ ନାହିଁ। ଅଫିସରେ କର୍ମଚାରୀଙ୍କୁ ସହିତ ଯୁକ୍ତିତର୍କ କରିବାରୁ ଦୂରେଇ ରୁହନ୍ତୁ ଓ ପଇସା ସହ ଜଡ଼ିତ କୌଣସି ନିଷ୍ପତ୍ତି ତରବରରେ ନିଅନ୍ତୁ ନାହିଁ।

ବୃଷଭ ରାଶି: ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶନି ଦ୍ୱାଦଶ ଘରେ ଗୋଚର କରିବେ। ଏଥିସହିତ ଆପଣଙ୍କ ରାଶିରେ ସାଢ଼େସାତିର ପ୍ରଥମ ଚରଣ ଆରମ୍ଭ ହେବ। ଫଳରେ ଖର୍ଚ୍ଚ ବଢ଼ିବା ସହିତ ଆର୍ଥିକ ବଜେଟ୍ ବିଗିଡ଼ିବ। ହଠାତ୍ ଏମିତି ସ୍ଥିତି ଉପନୀତ ହେବ ଯେ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଯାହା ଆପଣଙ୍କ ଯୋଜନାକୁ ବିଗାଡି ଦେଇପାରେ। ଭବିଷ୍ୟତକୁ ନେଇ ଚିନ୍ତା ମଧ୍ୟ ବଢ଼ିବ। ତେଣୁ ଟଙ୍କା ନେଣଦେଣରେ ସତର୍କତା ଅବଲମ୍ବନ କରନ୍ତୁ। କାହାକୁ ମୋଟା ଅଙ୍କର ଟଙ୍କା ଦେବାରୁ ଦୂରେଇ ରୁହନ୍ତୁ। ଆଇନଗତ ଦିଗରେ ଦେଖି ଚାହିଁ ବିବାଦରେ ସମାଧାନ କରନ୍ତୁ।

କନ୍ୟା ରାଶି: କନ୍ୟା ରାଶିରେ ଲୋକଙ୍କ ପାଇଁ ଶନି ଅଷ୍ଟମ ଘରେ ଗୋଚର କରିବେ। ଜ୍ୟୋତିଷ ଶାସ୍ତ୍ରରେ ଏହି ରାଶିକୁ ଶନିଙ୍କର ଅଢ଼େଇ ବର୍ଷ ସହ ଯୋଡ଼ି ଦେଖା ଯାଏ। ଏହି ସମୟରେ ଚାକିରି ଓ କାରବାରର ସମସ୍ୟା ସୃଷ୍ଟି ହୋଇପାରେ। କାମ ସମ୍ପୂର୍ଣ୍ଣ କରିବା ପାଇଁ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ସହକର୍ମୀ କିମ୍ବା ବିଜନେଶ ପାର୍ଟନରଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହେବାର ଆଶଙ୍କା ରହିଛି। ଗାଡ଼ି ଚଲାଇବା ସମୟରେ ସାବଧାନ ରୁହନ୍ତୁ। ନହେଲେ ଦୁର୍ଘଟଣାର ଶିକାର ହୋଇପାରନ୍ତି। ଏହି ସମୟରେ କନ୍ୟା ରାଶିର ଲୋକମାନେ ସ୍ୱାସ୍ଥ୍ୟପ୍ରତି ଅବହେଳା କରିବା ଉଚିତ ନୁହେଁ। ନିବେଶ ସହ ଜଡ଼ିତ କୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଭବିଷ୍ୟତର କୌଣସି ଯୋଜନା କରୁଥିଲେ ସମସ୍ତଙ୍କ ସହ ଶେୟାର କରନ୍ତୁ ନାହିଁ।

ବିଦ୍ର- ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଖବର ହୋଇଛି। ନ୍ୟୁଜ-୭ ଏହାକୁ ପ୍ରମାଣିତ କରେ ନାହିିଁ।