ଘଟଗାଁ ୨୯।୦୮ : ମଦ ପିଇବାକୁ ମାଗିଲା ଟଙ୍କା । ସ୍ତ୍ରୀ ନଦେବାରୁ କରିଲା ଝଗଡ଼ା । ପରେ ବିଷ ପିଇ ଜୀବନ ହାରିଦେଲା ସ୍ୱାମୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଭୋଳବେଡ଼ା ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମଦ ପିଇବା ପାଇଁ ଟଙ୍କା ମାଗିବାକୁ ନେଇ ପଦ୍ମନାଭଙ୍କର ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା । ଏହାପରେ ପଦ୍ମନାଭ ରାଗରେ ବିଷ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ପାଟଣା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ପଦ୍ମନାଭଙ୍କୁ ମୃତ ଘୋଷଣା କରିଥିଲେ ।

Also Read:-‘ରସୁୱାରେ ଫଟୋ ଉଠାଉଥିଲି’, ‘ ହଠାତ୍ ଏମିତି ବିପର୍ଯ୍ୟୟ ଆସିବ ବୋଲି ଟିକେ ବି ଆଭାସ ନଥିଲା’ : ଅଭିନେତା ଅଙ୍କୁର ରତନ୍

ସେପଟେ ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହାସହ ଶବକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ରିପୋର୍ଟ ଆସିବା ପରେ ହତ୍ୟାର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।