ରାଉରକେଲା ୪।୮: ରାଉରକେଲା ପୋଲିସ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । କେ. ବଲାଙ୍ଗ ଥାନା ସରଣ୍ଡା ଜଙ୍ଗଲରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର, ଗୁଳି ସହ ଆଇଇଡି ଏବଂ ୱାକିଟକି ଜବତ ହୋଇଛି ।

Also Read:- ଲୋଭ ଦେଖାଇ ତାନ୍ତ୍ରିକ ଖେଳିଲା ଗେମ୍, ପ୍ରେମ ସମ୍ପର୍କରେ ଫାଟରୁ ମୂର୍ତ୍ତି ପୋତା ଆଉ ସୁନା ଭର୍ତ୍ତି ହାଣ୍ଡି..

ରାଉରକେଲା ପୋଲିସ ଆଉ CRPF ମିଳିତ ଭାବରେ ସରଣ୍ଡା ଜଙ୍ଗଲରେ ଅପରେସନ ଆରମ୍ଭ କରିଥିଲେ । ସିଲକୁଟା ସଂରକ୍ଷିତ ଜଙ୍ଗଲରୁ ଲୁଚାଇ ରଖାଯାଇଥିବା ବିପୁଳ ମାଓ ସାମଗ୍ରୀକୁ ସୁରକ୍ଷା ବାହିନୀ ଓ ପୋଲିସ ଠାବ କରିଛି । ଚଢ଼ାଉ ସମୟରେ ଜଙ୍ଗଲ ଭିତରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ମାଓ ସାମଗ୍ରୀ ଜବତ କରାଯାଇଛି ।

ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ଗୋଟିଏ ୯ ଏମ୍.ଏମ୍. କାର୍ବାଇନ୍, ଗୋଟିଏ ଆଇ.ଇ.ଡି. କଣ୍ଟେନର୍, ୧୫ଟି ଡେଟୋନେଟର୍, ୨ଟି ମାଗାଜିନ୍ ସହ ୱାକିଟକି, ୨୦ ରାଉଣ୍ଡ ୯ ଏମ୍.ଏମ୍. ଗୁଳି ସହ ଡିଜିଟାଲ୍ ମଲ୍ଟିମିଟର୍, ଚାର୍ଜର ବ୍ୟାଟେରୀ ଏବଂ ବିଭିନ୍ନ ପାଉଚ୍ ଆଦି ରହିଛି । ଏବେ ବି ସଂରକ୍ଷିତ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ ।

Watch Video: