ରାୟଗଡ଼ା ୨୯।୧୦: ପ୍ରବଳ ଗର୍ଜିଲା ହେଲେ, ରାୟଗଡା ଜିଲ୍ଲାରେ କୌଣସି ପ୍ରଭାବ ପକାଇପାରିଲା ନାହିଁ ବାତ୍ୟା ଅର୍ଣ୍ଣବ । ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ଜିଲ୍ଲାରେ ସେପରି କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଜିଲ୍ଲାର ମୋଟ୍ ୫ଟି ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ତୁରନ୍ତ ଅବରୋଧ ହଟାଇ ଦିଆଯାଇଥିଲା ।

ଦୁଇ ଦିନ ମଧ୍ୟରେ ଜିଲ୍ଲାରେ ମୋଟ୍ ୬୨ ମିଲିମିଟର ବର୍ଷା ହୋଇଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଦ୍ମପୁର ବ୍ଲକରେ ୪୬ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିବା ବେଳେ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।

Also Read:- କୋଟିଆରେ ବିପତ୍ତି ବେଳେ ଆନ୍ଧ୍ର କେଉଁଠି ? ରିଲିଫ୍ ନେଇ ପହଞ୍ଚିଲା ଓଡ଼ିଶା ପ୍ରଶାସନ

ସେହିପରି ତିନୋଟି ବ୍ଲକରେ ତିନୋଟି କଚା ଘର ଆଂଶିକ କ୍ଷତି ହୋଇଥିବା ବେଳେ ପ୍ରଶାସନ ପ୍ରଭାବିତଙ୍କୁ ତ୍ବରିତ ସହାୟତା ପ୍ରଦାନ କରିଛି । ମାତୃ ଓ ଶିଶୁଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ବେଳେ ବାତ୍ୟା ଅର୍ଣ୍ଣବର ସେପରି କିଛି ପ୍ରଭାବ ପଡିନି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।

Watch Video:​​​​​​​