ଭୁବନେଶ୍ୱର ୨୯।୧୦ : ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ । ବାତ୍ୟା ଅର୍ଣ୍ଣବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କଥା ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବାତ୍ୟା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ଅମିତ ଶାହ ।

ବାତ୍ୟା ଅର୍ଣ୍ଣବ ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିଛି । ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣବର୍ତ୍ତୀ ଜିଲ୍ଲାମାନଙ୍କର ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି । ଏପିରିକି ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାମାନ ବେଶ ପ୍ରଭାବିତ ହୋଇଛି । ତେବେ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ବାତ୍ୟା 'ଅର୍ଣ୍ଣବ'କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ସ୍ବରାଷ୍ଟ୍ର ମନ୍ତ୍ରୀ । ଏଭଳି କଠିନ ପରିସ୍ଥିତିରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଶାହ । ଆବଶ୍ୟକ ପଡିଲେ ରାଜ୍ୟ ମଧ୍ୟ ସହାୟତା ମଧ୍ୟ ମାଗିପାରିବ ବୋଲି ଶାହ କହିଛନ୍ତି । ସେହିପରି ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଖୁବ ଶୀଘ୍ର କେନ୍ଦ୍ରୀୟ ରାଜ୍ୟକୁ ପଠାଯିବ ।

Also Read:-ଆସୁଛି ଆଉ ଏକ ବାତ୍ୟା ! ଏଥର ଓଡ଼ିଶା-ପଶ୍ଚିମବଙ୍ଗକୁ ବେଶି ବିପଦ

ଅନ୍ୟପଟେ ବାତ୍ୟା ଅର୍ଣ୍ଣବ ନେଇ ଖାଲି ଓଡ଼ିଶା ନୁହେଁ, ପୁଡୁଚେରୀ, ଆନ୍ଧ୍ର ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ଅମିତ ଶାହ । ଏହି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଅମିତ ଶାହ ପ୍ରତିଶୃତି ଦେଇଛନ୍ତି ।

Watch Video:-