ରାୟଗଡା ୧୪।୬: ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ଢେପାଗୁଡା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ରାୟଗଡା ପୋଲିସ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଡିଭିଏଫ୍ ଓ ଏସଓଜି ଯବାନଙ୍କ ସର୍ଚ୍ଚ ଅପରେସନ୍ ପରେ ଉକ୍ତ ଅଞ୍ଚଳରୁ ମାଓବାଦୀ ମାନେ ବ୍ୟବହାର କରୁଥିବା ଗୋଟିଏ ବନ୍ଧୁକ, ୩୭ଟି ଅଫୁଟା ଗୁଳି, ୧୦ଟି କ୍ୟାଟରିଜ୍, ଗୋଟିଏ ମାଗାଜିନ୍, ୫ ବଣ୍ଡଲ୍ କୋଡେକ୍ସ ୱାୟାର୍ ସମେତ ମାଓବାଦୀ ମାନେ ନିତ୍ୟ ବ୍ୟବହାର କରୁଥିବା ଅନ୍ୟାନ୍ୟ ସମାଗ୍ରୀ ଗୁଡିକ ଜବତ କରାଯାଇଛି ।

ଗତ ଜାନୁଆରୀ ମାସ ଠାରୁ ମାର୍ଚ୍ଚ ମାସ ମଧ୍ୟରେ ଜିଲ୍ଲାରେ ଅନେକ ମାଓବାଦୀ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ତେବେ ମୋଷ୍ଟ ୱାଣ୍ଟେଡ୍ ମାଓନେତା ନିଖିଲ୍ ଓ ଇନ୍ଦୁଙ୍କୁ ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନାରେ ଚଢାଉ କରାଯାଇଥିବା ବେଳେ ଆମ୍ବାଦୋଳା ଥାନା ଅଞ୍ଚଳରେ ମଧ୍ୟ ଚଢାଉ କରାଯାଇଥିଲା । ତେବେ ଚଢାଉ ବେଳେ ଏସବୁ ସାମଗ୍ରୀକୁ ଜବାନ ମାନେ ଜବତ କରିଛନ୍ତି ବୋଲି ରାୟଗଡା ଏସ୍ପି ରାଜ୍ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Also Read:- କୁରାଢ଼ୀରେ ହାଣି ମାଆକୁ ମାରିଦେଲା ପୁଅ, ମାନସିକ ଭାରସାମ୍ୟ ହରାଇଥିବା କହିଲେ ବାପା

ତେବେ ଆଗକୁ ମଧ୍ୟ ଡିବିଏଫ୍,ଏସଓଜି ଓ ସିଆରପିଏଫ୍ ଯବାନଙ୍କ ସହାୟତାରେ ସର୍ଚ୍ଚ ଅପରେସନ୍ ଜାରି ରହିବ ବୋଲି କହିବା ସହ ବର୍ତ୍ତମାନ ରାୟଗଡା ଜିଲ୍ଲା କିମ୍ବା ଜିଲ୍ଲାର ସୀମାନ୍ତରେ କୌଣସି ନକ୍ସଲ ଗତିବିଧି ନାହିଁ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।