ଭଦ୍ରକ ୧୪।୬: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଜନ୍ମକଲା ମାଆକୁ ବୀଭତ୍ସ ହତ୍ୟା କଲା ପୁଅ । ପହିଲି ରଜରେ ରକ୍ତପାତ । ପାରିବାରିକ କଳହରୁ ଜନ୍ମ କଲା ମାଆକୁ ବୀଭତ୍ସ ଭାବେ ହତ୍ୟା କରିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ।

ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଜିରିଣା ଗୁଡ଼ିଆ ସାହିର ଗଦାଧର ସାହୁଙ୍କ ପତ୍ନୀ ମମତା ସାହୁଙ୍କୁ ତାଙ୍କ ନିଜ ପୁଅ ପ୍ରୀତମ ସାହୁ କୁରାଢ଼ୀରେ ହା ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପୁଅ ପ୍ରୀତମର ବୟସ ମାତ୍ର ୨୫ ବର୍ଷ ବୋଲି କୁହାଯାଉଥିବା ବେଳେ ଦୀର୍ଘ ଦିନ ଧରି ମାନସିକ ଭାରସାମ୍ୟ ହରାଇଥିଲା ବୋଲି ବାପା କହିଛନ୍ତି । ତେବେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ପୁଅ ଏଭଳି ଚରମ ନିଷ୍ପତ୍ତି ନେଲା, ସେ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।

Also Read:- ବାଇକ୍ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ, ଦିନକରେ NH 49 କୁଆଁର ଛକରେ ଗଲା ୫ ଜଣଙ୍କ ଜୀବନ

ପ୍ରାଥମିକ ସୂଚନା ମୁତାବକ ପାରିବାରିକ କଳହ ଯୋଗୁଁ ହିଁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବନ୍ତ ଥାନା ପୋଲିସ ପହଞ୍ଚି ପ୍ରୀତମ ସାହୁକୁ କାବୁ କରି ତା ନିକଟରୁ କୁରାଢ଼ୀକୁ ମଧ୍ୟ ଜବତ କରିଛି । ପୋଲିସ ଥାନାକୁ ନେଇ ଅଧିକ ପଚରାଉଚରା ଜାରି ରଖିଛି ।