ପୁରୀ ୨୮।୦୫ : ବଡ଼ଦାଣ୍ଡରେ ଭିଡ ଜୋରସୋର । ଜଗାକୁ ଦେଖିବାକୁ ତ ସବୁବେଳେ ଲାଗେ ଭିଡ଼ । ହେଲେ ଆଜି ଲାଗିଥିବା ଭିଡ଼ର କାରଣ ଥିଲା ଟିକିଏ । ଜଗାକୁ ଦେଖିବାକୁ ନୁହେଁ, ବରଂ ମାଗଣା ଖଜା ନେବାକୁ ବଡ଼ଦାଣ୍ଡରେ ଚାଲିଛି ଟଣାଓଟରା ।

ଗୁରୁବାର ମଧ୍ୟାହ୍ନ । ସବୁ ଦିନ ପରି ଜଗାକୁ ଦର୍ଶନ କରିବା ଲାଗି ଲାଗିଥାଏ ଭକ୍ତଙ୍କ ଭିଡ଼ । ଏହି ସମୟରେ ହଠାତ୍‌ ଏକ ଚିତ୍ର ସମସ୍ତଙ୍କ ନଜରକୁ ଆସିଥିଲା । ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍‌ରେ ଲୋକଙ୍କ ଭିଡ଼ । ପାଖକୁ ଯାଇ ଦେଖିବାରୁ ସମସ୍ତେ ଖଜା ନେବାକୁ ହେଉଥିଲେ ଟଣାଓଟାର । କିଏ ବ୍ୟାଗ୍‌ରେ ଭର୍ତ୍ତି କରୁଥିଲା ତ ଆଉ କିଏ ହାତରେ ଧରି ନେଉଥିଲା । ଏପିରିକି ଆଉ କିଏ କିଏ ପଲଥିନ୍‌ରେ ମଧ୍ୟ ବୋହି ନେଉଥିଲେ । ସିଂହଦ୍ୱାର ସମ୍ମୁଖର ଏହି ଦୃଶ୍ୟ ଥିଲା ବେଶ୍‌ ନିଆରା ।

Also Read:-ଏକାଠି ଦେଖୁଥିଲେ ମହାଭାରତ, ହଠାତ ବୁଲିଲା ଠେଙ୍ଗା ଓ ବାଜିଲା ଢେଲା ମାଡ଼

ସାଧାରଣତଃ ଯଦି ଆମେ କିମ୍ବା କୌଣସି ଲୋକ ଖଜା କିଣନ୍ତି । ତେବେ ସୀମିତ ଓଜନ ମଧ୍ୟରେ କିଣନ୍ତି । ହେଲେ ଏଠି ମାଗଣାରେ ଖଜା ଥୁଆ ହୋଇଥିବାରୁ ଯିଏ ପାରିଲା, ସିଏ ବୋହିନେଲା । ଶେଷ ହେବା ପର୍ଯ୍ୟନ୍ତ ବୋହି ଚାଲିଲେ ଖଜା । ଏମିତିକି ତଳେ ପଡୁଥିବାର ମଧ୍ୟ କାହା ନଜିରକୁ ଆସିନଥିଲା ।

Watch Video:-

​​​​​​​