ବ୍ରହ୍ମପୁର ୨୮।୦୫ : ମହାଭାରତ ଦେଖୁ ଦେଖୁ ଦୁଇ ଗୋଷ୍ଠୀ ମଧ୍ୟରେ ହେଲା ମହାଭାରତ । ଢେଲା ପଥର ଓ ଠେଙ୍ଗାରେ ପିଟାପିଟି, ୧୦ରୁ ଉର୍ଦ୍ଧ୍ବ ଆହତ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମାର୍କଣ୍ଡୀ ଗାଁରେ ଅଭାବନୀୟ ଘଟଣା । ଗାଁରେ ଠାକୁରାଣୀ ଯାତ୍ରା ଅବସରରେ ଓଡିଆରପି କଲୋନୀ ନିକଟରେ ଦୁଇଟି ମହାଭାରତ ଦଳ ନାଟକ ପରିବେଷଣ କରୁଥିଲେ ।

କୌଣସି ଏକ କାରଣକୁ ନେଇ ଗାଁର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ପରସ୍ପର ମଧ୍ୟରେ ପଥର ମାଡ଼ ସହ ଠେଙ୍ଗାରେ ଆକ୍ରମଣ ହୋଇଥିଲା । ପଥର ମାଡ଼ ଓ ଠେଙ୍ଗାରେ ଆକ୍ରମଣରେ ଦୁଇ ଗୋଷ୍ଠୀର ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read:-ସରକାରୀ ଅଫିସ୍‌ରେ ବି ମହିଳା ଅସୁରକ୍ଷିତ ! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା