ନୂଆଦିଲ୍ଲୀ, ୨୪/୦୪ : ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି । ଦଳ ଲଗାତାର ମ୍ୟାଚ୍ ହାରୁଛି । ଗୁରୁବାର ଏମଆଇ ଚେନ୍ନାଇ ସୁପର କିଙ୍ଗସଠୁ ଅତି ଶୋଚନୀୟ ଭାବେ ପରାସ୍ତ ହୋଇଛି । ଫଳରେ ଦଳର ପ୍ଲେ ଅଫ୍ ଖେଳିବା ଆଶା ମଉଳିବାରେ ଲାଗିଛି ।

ଗୁରୁବାର ଓ୍ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ ସୁପର କିଙ୍ଗସ୍ । ଦଳ ୨୦୭ ରନ୍ କରିଥିଲା । ଜବାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ମାତ୍ର ୧୦୪ ରନରେ ଅଲଆଉଟ୍ ହୋଇଯାଇଥିଲା । ୯ ଜଣ ବ୍ୟାଟର୍ ଦୁଇ ଅଙ୍କ ଛୁଇଁପାରିନଥିଲେ । ଆଇପିଏଲର ସବୁଠୁ ସଫଳ ଦଳ ଏବେସୁଦ୍ଧାଟି ମ୍ୟାଚ୍ ଖେଳିଟିରେ ପରାସ୍ତ ହୋଇଛି । ଏବେସୁଧା ଟିମ୍ ୪ ପଏଣ୍ଟ ପାଇଛି ।

Also Read :- IPL 2026: ସଞ୍ଜୁଙ୍କ ଶତକ ପରେ ଅକିଲଙ୍କ ଘାତକ ବୋଲିଂ, MIକୁ ଶୋଚନୀୟ ଭାବେ ହରାଇଲା CSK

କେମିତି ଖେଳିବ ପ୍ଲେ ଅଫ୍

ଏମଆଇ ଆଗାମୀ ଦିନରେ ଆହୁରିଟି ମୁକାବିଲା ଖେଳିବ । ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିବା ପାଇଁ ଏହି ମୁକାବିଲା ମଧ୍ୟରୁ ଦଳକୁ ଅତି କମରେଟି ମ୍ୟାଚ୍ ଜିତିବାକୁ ପଡିବ ।

ଆଇପିଏଲ ଗଣିତ ଅନୁସାରେ ଯେଉଁ ଦଳ୧୬ପଏଣ୍ଟପାଇଥାଏ ସେ ହିଁ ପ୍ଲେ ଅଫ୍ ଖେଳିବା ନିଶ୍ଚିତ ହୋଇଯାଏ । ଅନେକ ଦଳ ଚତୁର୍ଥ ଟିମ୍ ଭାବେ୧୬ପଏଣ୍ଟ ପାଇ ପୂର୍ବ ସିଜିନରେ ପ୍ଲେ ଅଫରେ ଏଣ୍ଟ୍ରି କରିଛନ୍ତି । କେବଳ୨୦୨୪ରେ ପ୍ଲେ ଅଫ୍ ଖେଳିଥିବା ଟିମ୍୧୪ପଏଣ୍ଟ୍ ପାଇଥିଲେ ।

ମୁମ୍ବାଇ ପାଖରେ ସୁଯୋଗ

ମୁମ୍ବାଇ ଏବେସୁଦ୍ଧାଟି ପଏଣ୍ଟ ପାଇଛି । ଦଳକୁ୧୪ପଏଣ୍ଟ ହାସଲ କରିବା ପାଇଁ ବଳକାଟି ମୁକାବିଲାରୁ୫-୬ଟିରେ ବିଜୟୀ ହେବାକୁ ପଡିବ । ଏହା ଅସମ୍ଭବ ନୁହେଁ କିନ୍ତୁ ଖୁବ୍ କଷ୍ଟକର । ଦଳ ପିବିକେଏସ ଏବଂ ରାଜସ୍ଥାନ ରୟାଲ୍ସ ଭଳି ଅନେକ ଶକ୍ତିଶାଳୀ ଟିମ୍ କୁ ଭେଟିବ । ଯାହା ମୁମ୍ବାଇ ପାଇଁ ଚ୍ୟାଲେଞ୍ଜ୍ ହେବ । ତେବେ ଯଦି ଦଳକିମ୍ବାଟି ମ୍ୟାଚ୍ ଜିତିବାରେ ସଫଳ ହେଉଛି ତାହାଲେ ପ୍ଲେ ଅଫ୍ ରାସ୍ତା ସହଜ ହୋଇଯିବ ।