ନୂଆଦିଲ୍ଲୀ: ଭାରତ ଓ ଇସ୍ରାଏଲର ବନ୍ଧୁତ୍ୱ ନେଇ ଭୟରେ ପାକିସ୍ତାନ। ଏନେଇ ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନୀର ଖୁବ୍ ଚିନ୍ତିତ ଥିବା ଜଣାପଡ଼ୁଛନ୍ତି। ମୁସ୍ଲିମ ଓ ପାକିସ୍ତାନ ବିରୁଦ୍ଧରେ ହିନ୍ଦୁ ଓ ୟହୂଦୀ ଏକଜୁଟ ହେଉଛନ୍ତି ବୋଲି ମୁନୀର କହିଛନ୍ତି। ମୁନୀରଙ୍କ ଏଭଳି ଦାବି ବିଷୟରେ ସୂଚନା ଦେଇଛନ୍ତି ଇରାନର ଶୀର୍ଷ ସୁରକ୍ଷା ଅଧିକାରୀ ମୋହସେନ୍ ରେଜାଏ।

ଲାହୋର ମିଡିଆ 24 News HDର ରିପୋର୍ଟ ଅନୁସାରେ, ଅକ୍ଟୋବର ୨୬ ତାରିଖରେ ତେହେରାନରେ ଅନୁଷ୍ଠିତ ହୋଇଥିବା ୪ ଦେଶରେ ସୁରକ୍ଷା ବୈଠକରେ ମୁନୀର ଏହି ମନ୍ତବ୍ୟ ଦେଇଥିଲେ ବୋଲି ରେଜାଇ କହିଛନ୍ତି। ଏକ ଭିଡିଓରେ ରେଜାଏଙ୍କୁ ମୁନିର ଏବଂ ତୁର୍କୀ ଗୁଇନ୍ଦା ମୁଖ୍ୟ ଇବ୍ରାହିମ କାଲିନଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଛି। ଯେଉଁଥିରେ ସେ ଭାରତ-ଇସ୍ରାଏଲ ସମ୍ପର୍କକୁ ପାକିସ୍ତାନ ଏବଂ ସମଗ୍ର ମୁସଲମାନ ଜଗତ ପାଇଁ ଏକ ବିପଦ ବୋଲି କହୁଛନ୍ତି।

ଇରାନ ସରକାରୀ ମିଡିଆ ଆଇଆରବିଆଇ (IRBI)କୁ ରେଜାଏ ଏକ ସାକ୍ଷାତ୍କାର ଦେଇ ଏ ବିଷୟରେ ଖୁଲାସା କରିଥିଲେ। ଯାହାକୁ ନେଇ ପାକିସ୍ତାନ ମିିଡିଆ 24 News HD ରିପୋର୍ଟ ପ୍ରକାଶ କରିଛି।

ଅକ୍ଟୋବର ୨୫ ତାରିଖରେ ଇରାନ, ପାକିସ୍ତାନ, ସାଉଦି ଆରବ ଏବଂ ତୁର୍କୀ ଏକାଠି ବୈଠକ କରିଥିଲେ। ଆମେରିକା ଓ ଇସ୍ରାଏଲର ଯୁଦ୍ଧକୁ ନେଇ ଏଥିରେ ଆଲୋଚନା ହୋଇଥିଲା। ଏହି ସମୟରେ ପାକିସ୍ତାନର ନେତୃତ୍ୱ କରୁଥିବା ମୁନୀର କିନ୍ତୁ ଭାରତ ଇସ୍ରାଏଲ୍ ସମ୍ପର୍କ ନେଇ ଚିନ୍ତା ବ୍ୟକ୍ତ କରିଥିଲେ।

​​​​​​​

Also read- ସମୁଦ୍ର ଲୁଟେରାଙ୍କ ଉପରେ ନୌସେନାର ସର୍ଜିକାଲ ଷ୍ଟ୍ରାଇକ୍ ! ଜାହାଜ ସହ ୨୦ ସଦସ୍ୟଙ୍କୁ ଉଦ୍ଧାର କଲେ କମାଣ୍ଡୋ

କେବଳ ରେଜାଏ ନୁହଁନ୍ତି ପାକିସ୍ତାନ ସାମ୍ବାଦିକ ନଜମ ସେଠି ମଧ୍ୟ ମୁନୀର ଏପରି କହିଥିବା ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି। ହିନ୍ଦୁ ଓ ୟହୂଦୀଙ୍କ ବଢ଼ୁଥିବା ସମ୍ପର୍କ ଏକ ବଡ଼ ବିପଦ। ଏହା ମୁସ୍ଲିମ ଓ ପାକିସ୍ତାନ ବିରୁଦ୍ଧରେ ଏକ ଭୂରାଜନୈତିକ ଏକତା ବୋଲି ମୁନୀର କହିଥିବା ନଜମ ସେଠ କହିଛନ୍ତି।

ହାଫିଜ୍ ଏ-କୁରାନ (କୁରାନକୁ ମନେ ରଖିଥିବା ବ୍ୟକ୍ତି) ମୁନୀର ସବୁବେଳେ ହିନ୍ଦୁ ଓ ମୁସ୍ଲିମଙ୍କ ମଧ୍ୟରେ ଥିବା ଧାର୍ମିକ ପାର୍ଥକ୍ୟକୁ ଉଲ୍ଲେଖ କରିଛନ୍ତି। ଏହି ଦୁଇ ସମ୍ପ୍ରଦାୟ ମୌଳିକ ଭାବରେ ପରସ୍ପରଠାରୁ ଭିନ୍ନ ବୋଲି ମୁନୀର କହିଛନ୍ତି। ହିନ୍ଦୁ-ମୁସ୍ଲିମ ମଧ୍ୟରେ ବିଭେଦ ସୃଷ୍ଟି କରିବା ମୁନୀରଙ୍କ ପାଇଁ ନୂଆ କଥା ନୁହେଁ। ୨୦୨୫ ଏପ୍ରିଲ ମାସରେ ବି ମୁନୀର ଏଭଳି ଚରମପନ୍ଥୀ ବୟାନ ଦେଇଥିଲେ।

ସେନା ଯବାନଙ୍କୁ ଆହ୍ୱାନ ଦେଇ ମୁନୀର କହିଥିଲେ ଯେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଧର୍ମ, ରୀତିନୀତି, ପରମ୍ପରା, ଚିନ୍ତାଧାରା ଆଦିର ଅନେକ ପାର୍ଥକ୍ୟ ରହିଛି। ଏଥିସହିତ ସେ ଜିନ୍ନାଙ୍କର ଟୁ –ନେସନ ଥିଓର ବିଷୟରେ ବି କହି ଯବାନଙ୍କୁ ଉସ୍କାଇଥିଲେ। ହେଲେ ଏବେ ରେଜାଏ ମୁନୀରଙ୍କ ବିଷୟରେ ଦେଇଥିବା ଏହି ମନ୍ତବ୍ୟକୁ ଯଦିଓ ଭେରିଫାଏ କରାଯାଇ ନାହିଁ, ତେବେ ଏହା ମୁନୀରଙ୍କର ଚରିତ୍ରକୁ ବି ଦର୍ଶାଉଛି।

Also Read- ତ୍ରିରଙ୍ଗା ଲାଗିଥିବା ଜାହାଜ ଉପରେ ଆକ୍ରମଣ : ଜଣେ ଭାରତୀୟ ନାବିକ ମୃତ

ମଜଭୁତ ହେଉଛି ଭାରତ-ଇସ୍ରାଏଲ୍ ସମ୍ପର୍କ

ଭାରତ ଓ ଇସ୍ରାଏଲ ମଧ୍ୟରେ ବିଭିନ୍ନ ଦିଗରେ ସମ୍ପର୍କ ମଜଭୁତ ହେଉଛି। ୨୦୨୬ ଫେବ୍ରୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍ ଗସ୍ତ କରିଥିଲେ। ଏଥିରେ ପ୍ରତିରକ୍ଷା ଏବଂ ଗୁଇନ୍ଦା ସହଯୋଗ, ଆତଙ୍କବାଦ ବିରୋଧୀ, ବାଣିଜ୍ୟ, କୃଷି, ଜଳ ପରିଚାଳନା ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଏକାଧିକ ଦିଗରେ ଦୁଇ ଦେଶ ପରସ୍ପରର ସହଯୋଗକୁ ଆହୁରି ମଜଭୁତ କରିଥିଲେ।

କେବଳ ସେତିକି ନୁହେଁ ଏପ୍ରିଲ ୨୦୨୫ରେ ଯେତେବେଳେ ଭାରତ ଅପରେସନ ସିନ୍ଦୂର କରିଥିଲା, ସେତେବେଳେ ଇସ୍ରାଏଲ ଏକମାତ୍ର ଦେଶ ଭାବେ ଭାରତକୁ ଖୁଲା ସମର୍ଥନ ଦେଇଥିଲା। ଭାରତରେ ଥିବା ଇସ୍ରାଏଲ ରାଷ୍ଟ୍ରଦୂତ ରୁଭେ ଅଜର କହିତିଲେ ଆତଙ୍କବାଦୀଙ୍କର ଲୁଚିବାର କୌଣସି ସ୍ଥାନ ନାହିଁ।

ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମୈଳବାଦୀ ସିଆ ଓ ସୁନିଙ୍କ ଚରମପନ୍ଥୀ ମାନସିକତା ବିରୁଦ୍ଧରେ ଏକାଠି ହେବାକୁ ୬ଟି ଦେଶକୁ ଆହ୍ୱାନ ଦେଇଥିଲେ। ଭାରତ, ଇସ୍ରାଏଲ୍, ଗ୍ରୀସ, ସାଇପ୍ରସ ଏବଂ ଅନ୍ୟ ଦେଶଗୁଡ଼ିକୁ ଏକାଠି ହେବାକୁ ସେ କହିଥିଲେ।