ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲା ପାଇଁ ବଡ଼ ଆଶ୍ଵସ୍ତି। ଆଉ ଗଞ୍ଜାମ ପାଇଁ ନାହିଁ ବିପଦ । କାରଣ ହେବନି ପ୍ରବଳ ବର୍ଷା । ବାତ୍ୟା ମୁରାସୁର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡିନଥିବାରୁ ଆଉ ଅଧିକ ବର୍ଷା ହେବାର ସମ୍ଭାବନା ନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ସେହିପରି ୫ରୁ ପାଗରେ ପରିବର୍ତ୍ତନ ଆସିବ ।

ଅର୍ଣ୍ଣବ ବାତ୍ୟାରେ ପ୍ରଭାବିତ  ଗଞ୍ଜାମ ଜିଲା ପାଇଁ ଆଉ ବର୍ଷାର ଭୟ ନାହିଁ। କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବାତ୍ୟା ମୁରାସୁର ବିଶେଷ ପ୍ରଭାବ ପଡ଼ିନାହିଁ । ଯାହାକି ଗଞ୍ଜାମବାସୀଙ୍କ ପାଇଁ ଆଣିଛି ଆଶ୍ବସ୍ତି। ଅର୍ଣ୍ଣବ ଯୋଗୁଁ ହୋଇଥିବା ବର୍ଷା ଯୋଗୁଁ ଅଧିକ ପ୍ରଭାଭିତ ହୋଇଥିଲା ଗଞ୍ଜାମ । ବର୍ତ୍ତମାନ ପାଣି ଖସିବା ସହ ସୁଖିବା ପାଇଁ ଏହା ସାହାଯ୍ୟ କରିବ ।

Also Read: ବାତ୍ୟା ମୁରାସୁର ଓଡ଼ିଶା ଉପରେ ନାହିଁ ବଡ଼ ପ୍ରଭାବ, ୨ ଜିଲ୍ଲାରେ ପ୍ରବଳ ବର୍ଷା

କେବଳ କୋରାପୁଟ ଓ ମାଲକାନଗିରିର ଗୋଟେ ଦୁଇଟି ସ୍ଥାନ ରେ ପ୍ରବଳ ବର୍ଷା ହେବାକୁ ନେଇ ଆଇ ଏମ ଡି ୟେଲୋ ଆଲର୍ଟ ଦେଇଛି। ଗଞ୍ଜାମ  ଗଜପତି ଓ କିଛି ଉପକୂଳ ଜିଲ୍ଲା ପାଇଁ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ଥିବାରୁ ୟେଲୋ ଓ୍ଵାର୍ଣ୍ଣିଂ ରହିଛି। ତେବେ ୩ ଓ ୪  ଦୁଇଦିନ ସାମାନ୍ୟ ବର୍ଷା ରହିଛି।

ଏପଟେ ବାତ୍ୟା ମୁରାସୁ ମଧ୍ୟ ଦୁର୍ବଳ ହୋଇଛି । ଏହା ପ୍ରଭାବରେ ଦକ୍ଷିଣ  ଆନ୍ଧ୍ର ବଡ଼ ବର୍ଷା ହୋଇ ନାହିଁ। ଏଣିକି ଓଡ଼ିଶା ଉପରେ ଆଉ ବାତ୍ୟା ଭୟରହିବ ନାହିଁ । କାରଣ ଏବେ ଯେଉଁ ସିଷ୍ଟମ ବଙ୍ଗୋପସାଗରରେ ସୃଷ୍ଟି ହେବ ତାହା ଦକ୍ଷିଣ ଆନ୍ଧ୍ର ବା ତାମିଲନାଡୁ ଆଡ଼କୁ ଯିବ ବୋଲି ସୋଆ ସି ଇ ସି ମୁଖ୍ୟ ଶରତ ଚନ୍ଦ୍ର ସାହୁଙ୍କ ମତ ରହିଛି। ରାଜ୍ୟରେ ଜଳୀୟ ବାଷ୍ପ ରହିଛି । ତେଣୁ ଏହାରି ପ୍ରଭାବରେ ୫ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହେବ ।

ଏହାପରେ ୭ ବା ୮ ତାରିଖ ରୁ ଶୀତ ଅନୁଭବ ହେବ । ରାତ୍ରି ତାପମାତ୍ରା ହ୍ରାସ ପାଇବ ବୋଲି କହିଛନ୍ତି ସୋଆ ସି ଇ ସି ମୁଖ୍ୟ ଶରତ ଚନ୍ଦ୍ର ସାହୁ। ରାଜ୍ୟରେ ନଭେମ୍ବର ଦ୍ଵିତୀୟ ସପ୍ତାହରୁ ସମଗ୍ର ଅଞ୍ଚଳରେ ଶୀତ ଅନୁଭବ ହେବ।