ଭୁବନେଶ୍ଵର: ଆଉ ଦୁନିଆରେ ନାହାନ୍ତି ଦେଶର ପ୍ରଖ୍ୟାତ ଡାକ୍ତର ଅଶୋକ ମହାପାତ୍ର। ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଆଖି ବୁଜିଛନ୍ତି। ତାଙ୍କ ଅକାଳ ବିୟୋଗରେ ଭୁବନେଶ୍ଵର AIIMSରେ ଶୋକାକୁଳ ପରିବେଶ। ଲୁହରେ ଭିଜିଲା AIIMS । ପ୍ରସିଦ୍ଧ Neuro surgen ତଥା ଭୁବନେଶ୍ୱର AIIMS ର ପ୍ରତିଷ୍ଠାତା ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ଵର ଏମ୍ସର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ମଙ୍ଗଳବାର AIIMS ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ଅଶୋକ ମହାପାତ୍ରଙ୍କୁ ମନେ ପକାଇଥିଲେ AIIMS କର୍ମଚାରୀ। ବିଶେଷ ଭାବେ ଭୁବନେଶ୍ୱର AIIMSର ଉନ୍ନତି କ୍ଷେତ୍ରରେ ପଦ୍ମଶ୍ରୀ ଅଶୋକ ମହାପାତ୍ର ଙ୍କ ଭୂମିକାକୁ ସମସ୍ତେ ପ୍ରଶଂସା କରିଥିଲେ। ତାଙ୍କ ସହ କାମ କରିଥିବା ବହୁ ପୁରାତନ କର୍ମଚାରୀ ତାଙ୍କ ଅବଦାନ ଓ ପୁରୁଣା ସ୍ମୃତିକୁ ମନେ ପକେଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ। ଦେଶ ଜଣେ ଦକ୍ଷ ଚିକିତ୍ସକକୁ ହରାଇବା ଦୁଃଖରେ ସମସ୍ତେ ଦୁଃଖି।

Also Read: ପରଲୋକରେ ପ୍ରଖ୍ୟାତ ସ୍ନାୟୁ ଶଲ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର, ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ

ଭୁବନେଶ୍ୱର ଏମ୍ସ ଅଡିଟୋରିୟ ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ଅଶୋକ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା ଚିକିତ୍ସା ଠାରୁ ଆରମ୍ଭ କରି ବେଦ ପୁରାଣ ଶ୍ଲୋକ, ସାମାଜିକ ସେବା ସବୁଥିରେ ପଦ୍ମଶ୍ରୀ ଅଶୋକ ମହାପାତ୍ର ବେଶ୍ ଦକ୍ଷ ଥିଲେ।। ସେ ଆମେ ମୁରବି ଥିଲେ। ଭୁବନେଶ୍ୱର AIIMS ଆଜି ଜଣେ ମୁରବିଙ୍କୁ ହରାଇଲା ଭୁବନେଶ୍ୱର AIIMS ମୂଳଦୁଆକୁ ମଜବୁତ କରିଥଲେ।

ତାଙ୍କ ସହ କାମ କରିବା ସହ ସ୍ମୃତି ଅନୁଭୂତି ବଖାଣିବା ବେଳେ ମର୍ମାହତ ଓ ମ୍ରିୟମାଣ ହୋଇଯାଇଥିଲେ ବହୁ ଡାକ୍ତର ପ୍ରଫେସର ଓ କର୍ମଚାରୀ। ଭୁବନେଶ୍ୱର AIIMSର ଲାଇବ୍ରେରୀକୁ ସ୍ୱର୍ଗତ ଅଶୋକ ମହାପାତ୍ର ଙ୍କ ନାମରେ ନାମିତ କରିବାକୁ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରସ୍ତାବ ଦିଆଯାଇଛି।