ନୂଆଦିଲ୍ଲୀ, ୩/୧୧ : ଭାରତୀୟ ଜାହାଜ ଉପରେ ଆକ୍ରମଣ । ଓମାନ ଉପକୂଳ ନିକଟରେ ଭାରତୀୟ ପତାକା ଲାଗିଥିବା ଏକ କାର୍ଗୋ ଜାହାଜ ଆକ୍ରମଣର ଶିକାର ହୋଇଛି । ଏଥିରେ ଜଣେ ନାବିକ ପ୍ରାଣ ହରାଇଛନ୍ତି । ଅନ୍ୟ ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନାଓ୍ୱାଲ ଏନେଇ ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ସୋମବାର ଓମାନ ଉପକୂଳ ନିକଟରେ ଜାହାଜ ଏମଏସଭି ଅଲ୍ ଜୁସୁଫିକୁ ଟାର୍ଗେଟ୍ କରାଯାଇଛି । ଏଥିରେ ଭାରତୀୟ ନାବିକ ପ୍ରାଣ ହରାଇଛନ୍ତି । ଜାହାଜରେ ୧୪ ଜଣ ଭାରତୀୟ ଥିଲେ । ଜଣେ ପ୍ରାଣ ହରାଆଇଥିବା ବେଳେ ଅନ୍ୟ ୧୩ ଜଣ ସୁରକ୍ଷିତ ରହିଛନ୍ତି । ଓମାନ କୋଷ୍ଟ୍ ଗାର୍ଡ ସେମାନଙ୍କୁ ଉଦ୍ଧାର କରିଥିଲା ।

Also Read :- Salepur road accident : ମଙ୍ଗଳବାର ସକାଳୁ ସକାଳୁ ସାଲେପୁରରେ ସଡ଼କ ଦୁର୍ଘଟଣା, ଓଲଟିଲା ଭ୍ୟାନ୍

ପ୍ରାଣ ହରାଇଥିବା ନାବିକ ହେଲେ ଗୁଜୁରାଟର ନାହୀମ୍ ଅଜିଜ୍ । ଏନେଇ କେନ୍ଦ୍ରମନ୍ତ୍ରୀ ଏକ୍ସରେ ଦୁଃଖ ପ୍ରକାଶ କରିଛନ୍ତି । ଓମାନସ୍ଥିତ ଭାରତୀୟ ଦୂତାବାସ ସ୍ଥାନୀୟ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛି । ଉଦ୍ଧାର ହୋଇଥିବା ନାବିକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଥିଲା । ମୃତକଙ୍କ ପାର୍ଥୀବ ଶରୀର କିପରି ଭାରତ ଅଣାଯିବ ସେନେଇ ପ୍ରୟାସ ଜାରି ରହିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ ସମୁଦ୍ରରେ ଜାହାଜକୁ ଟାର୍ଗେଟ୍ କରାଯାଉଛି । ଏବେ କିନ୍ତୁ ପୂର୍ବାପେକ୍ଷା କମ୍ ଜାହାଜ ଉପରେ ଆକ୍ରମଣ ହେଉଛି । ଗଲଫ୍ ଅଫ୍ ଓମାନ ଏବଂ ହର୍ମୋଜ୍ ଷ୍ଟ୍ରେଟ୍ ରେ ଉତ୍ତେଜନା ଭାରତୀୟ ନାବିକଙ୍କ ଉପରେ ମଧ୍ୟ ପ୍ରଭାବ ପକାଉଛି ।