ନୂଆଦିଲ୍ଲୀ, ୩/୧୧ :ଭାରତୀୟ ନୌସେନାର ସାହସିକତା । ମୁକୁଳାଇଲେ ଜାହାଜ । ଜଳଦସ୍ୟୁଙ୍କ ସହ ଲଢି ପରାସ୍ତ କଲେ । ସଫଳ ହେଲା ରେସ୍କ୍ୟୁ ଅପରେସନ୍ । ମୁମ୍ବାଇରୁ ୩ ହଜାର କିମି ଦୂରରେ ଜଳଦସ୍ୟୁଙ୍କ କବଜାରେ ଥିବା ମାଛଧରା ଜାହାଜ ଓଜିନିର ସମସ୍ୟ ୨୦ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ନୌସେନା ଉଦ୍ଧାର କରିଛି ।ପୂରା ଅପରେସନ ୪୮ ଘଣ୍ଟାରେ ସରିଥିବା ଜଣା ପଡିଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି । ଏହାସହ ନୌସେନାର ସଫଳ ଅପରେସନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ୍ସରେ ପ୍ରକାଶ କରିଛନ୍ତି ଯେ, ନୌସେନା ବିପୁଳ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ସମୁଦ୍ର ଲୁଟେରାଙ୍କ କବଳରୁ ଜାହାଜ ଏବଂ ଏହାର ଟିମକୁ ରକ୍ଷା କରିଛି । ଆରବ ସାଗରରେ ଏହି ସଫଳ ଅପରେସନ ହୋଇଛି ।

Also Read :- ବିଶାଖାପାଟଣା ତୈଳ ରିଫାଇନାରୀରେ ବିସ୍ଫୋରଣ : ହୁତୁହୁତୁ ହୋଇ ଜଳିଲା ନିଆଁ

ସେ ଆହୁରି କହିଛନ୍ତି ଯେ, ଭାରତୀୟ ଯବାନମାନେ ପୁଣି ଥରେ ନିଜର ବୀରତ୍ୱର ପ୍ରମାଣିତ କରିଛନ୍ତି । ଭାରତ ସମୁଦ୍ରରେ ଫସିଥିବା ଲୋକଙ୍କ ଜୀବନକୁ ରକ୍ଷା କରିବାରେ ସକ୍ଷମ ଅଟେ । ଆରବ ସାଗର ସହ ଭାରତ ମହାସାଗରରେ ମଧ୍ୟ ଶାନ୍ତି ରକ୍ଷା ପାଇଁ ଭାରତ ପ୍ରତିବଦ୍ଧ ଅଟେ ।

ସୂଚନାଯୋଗ୍ୟ, ସୋମାଲି ସମୁଦ୍ର ଲୁଟେରା ବା ଜଳଦସ୍ୟୁ ସୋମିଲିଆର ଉତ୍ତର ପୂର୍ବ ଉପକୂଳରେ ଓଜିନି ନାମକ ଏକ ଜାହାଜକୁ ଅପହରଣ କରି ନେଇଥିଲେ । ଏନେଇ ଭାରତୀୟ ନୌସେନା ସୂଚନା ପାଇଥିଲା । ତୁରନ୍ତ ଯବାନମାନେ ଅପରେସନ ଆରମ୍ଭ କରିଥିଲେ । ୪୮ ଘଣ୍ଟାରେ ସେମାନେ ଜାହାଜକୁ ମୁକ୍ତ କରିବା ସହ ସଦସ୍ୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ନୌସେନା ଅଧିକାରୀଙ୍କ କହିବାନୁସାରେ, ୧୨ ଜଣ ଜଳଦସ୍ୟୁ ଜାହାଜକୁ କବଜା କରି ନେଇଥିଲେ । ଜାହାଜରେ ଇରାନର ଚାଳକ ଟିମ୍ ରହିଥିଲେ । ଆଜିକାଲି ଭାରତ ମହାସାଗରରେ ଜଳଦସ୍ୟୁଙ୍କ ପାଦ୍ରୁଭାବ ବଢିବାରେ ଲାଗିଛି । ସେମାନେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ୍ କରୁଛନ୍ତି ।

ଆହୁରି ମଧ୍ୟ ଗତ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ସମୁଦ୍ରରେ ଜଳଦସ୍ୟୁମାନେ ୬ଟି ବାଣିଜ୍ୟିକ ଜାହାଜକୁ ଅପହରଣ କରିନେଇଥିଲେ । କିଛି ଜାହାଜକୁ ସୋମାଲିଆ ଉପକୂଳରୁ ଦୂରରେ ଅପହରଣ କରାଯାଇଥିଲା । ଏଥିରେ ଏକ ତୈଳ ଟ୍ୟାଙ୍କର ମଧ୍ୟ ସାମିଲ ଥିଲା ।