ନୀଳଗିରି: ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । ରହୁଥିବା ଭଡ଼ା ଘରୁ ମିଳିଲା ମୃତଦେହ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସିରେ । ମୃତକ ହେଲେ ଜେଇ ଦେବାଶିଷ ପୃଷ୍ଟି ।

ସୂଚନା ଅନୁସାରେ, ୩ ମାସ ତଳେ ବାସୁଦେବପୁର ମ୍ୟୁନ୍ସିପାଲିଟିରୁ ବଦଳି ହୋଇ ନୀଳଗିରି ଏନଏସିରେ ଯୋଗଦାନ କରିଥିଲେ ଦେବାଶିଷ । ଆଉ ନୀଳଗିରି ଏନଏସି ଅଧିନ ୫ ନମ୍ବର ୱାର୍ଡ ବରିସାହି ଗ୍ରାମର ମନୋଜ କୁମାର ଦାସଙ୍କ ଘରେ ଭଡ଼ା ରହୁଥିଲେ ।

Also Read: ପ୍ରେମ ତ କରୁଥିଲା, ମାରିଲା କାହିଁକି, ସିନ୍ ରିକ୍ରିଏସନରୁ ମିଳିବ କି କିଛି ସୁରାକ ?

ତେବେ ଗତକାଲି ସେ ଅଫିସ ଆସିଥିବା ବେଳେ ମଙ୍ଗଳବାର କାର୍ଯ୍ୟାଳୟକୁ ଆସିନଥିଲେ । ଫୋନ କଲେ ମଧ୍ୟ ଉଠାଇ ନଥିଲେ । ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଘରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।