ପୁରୀ ୧୨।୬: ତୃଷ୍ଣା ମେଣ୍ଟାଇଲା ପଇଡ଼ । ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ରଥ ନିର୍ମାଣକାରୀ ସେବକଙ୍କ ତୃଷ୍ଣା ମେଣ୍ଟାଇଛି ପଇଡ଼ । ପ୍ରବଳ ଖରା ଓ ଗୁଳୁଗୁଳିକୁ ଖାତିର ନକରି ରଥ ନିର୍ମାଣ କାର୍ଯ୍ୟ କରୁଥିବା ରଥ ନିର୍ମାଣକାରୀ ସେବକଙ୍କୁ ପଇଡ଼ ବାଣ୍ଟିଛନ୍ତି ଶ୍ରଦ୍ଧାଳୁ । ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ନିର୍ମାଣକାରୀଙ୍କୁ ପଇଡ଼ ବାଣ୍ଟିଛନ୍ତି ହିମାଚଳ ପ୍ରଦେଶ ବଦ୍ରିକା ଆଶ୍ରମରୁ ଆସିଥିବା ଶ୍ରଦ୍ଧାଳୁ ।

Also Read:- ଶାଶୁଙ୍କ ଶ୍ରାଦ୍ଧରେ ବୋହୂଙ୍କୁ ବିନ୍ଧି ମାରିଦେଲେ ହଜାର ହଜାର ମହୁମାଛି, ୧୨ରୁ ଅଧିକ ଆହତ

ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ପଇଡ଼ ରଥଖଳାରେ ବଣ୍ଟାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ଏହି ପଇଡ଼ ବଣ୍ଟନ କରାଯାଇଛି । ହିମାଚଳ ପ୍ରଦେଶ ବଦ୍ରିକା ଆଶ୍ରମରୁ ଆସିଥିବା ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ, ଦୀର୍ଘ ଦୁଇ ବର୍ଷ ହେଲା ମନରେ ଆଗ୍ରହ ଆସିଥିଲା ରଥ ନିର୍ମାଣକାରୀ ସେବକଙ୍କ ପାଇଁ କିଛି କାର୍ଯ୍ୟ କରିବାକୁ । ଏଣୁ ଚଳିତ ବର୍ଷ ମହାପ୍ରଭୁଙ୍କ ଆଶିର୍ବାଦରୁ ଏହି ଇଚ୍ଛା ପୂରଣ ହୋଇଛି । ଠାକୁରଙ୍କ ରଥ ନିର୍ମାଣ କରୁଥିବା ସେବକ ମାନଙ୍କ କିଛି କ୍ଷଣ ପାଇଁ ତୃଷ୍ଣା ମେଣ୍ଟାଇବାକୁ ପଇଡ଼ ଆଣି ବାଣ୍ଟିଛୁ ବୋଲି କହିଛନ୍ତି ଶ୍ରଦ୍ଧାଳୁ ।