ନୂଆଦିଲ୍ଲୀ ୨୬।୧୨; ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦଶ ଜଣଙ୍କର ମୃତ୍ୟୁ ହୋଇଛି। ଖ୍ରୀଷ୍ଟମାସର ଗୋଟିଏ ଦିନ ପୂର୍ବରୁ ବୁଧବାର, ୨୪ ତାରିଖରେ ପୂର୍ବ ମେକ୍ସିକୋରେ ଏକ ଦ୍ରୁତଗାମୀ ବସ୍ ଓଲଟି ପଡ଼ିଥିଲା, ଯେଉଁଥିରେ ଜଣେ ଶିଶୁ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୨ ଜଣ ଆହତ ହୋଇଥିଲେ।

ଜୋଣ୍ଟେକୋମାଟଲାନ୍ ସହରରେ ଏହି ଦୁର୍ଘଟଣା ଘଟିଥିଲା। ଯେଉଁଠାରେ ବସ୍ ଟି ମେକ୍ସିକୋ ସିଟିରୁ ଚିକୋଣ୍ଟେପେକ୍ ଗ୍ରାମକୁ ଯାତ୍ରା କରୁଥିଲା। ଦ୍ରୁତ ଗତି କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସ୍ ଟି ହଠାତ୍ ଓଲଟି ପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଦଶ ଜଣଙ୍କ ଜୀବନ ଯାଇଛି। ଜୋଣ୍ଟେକୋମାଟଲାନ୍ ମେୟରଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, "ଆମେ ଦୁଃଖଦ ଦୁର୍ଘଟଣାରେ ନଅ ଜଣ ବୟସ୍କ ଏବଂ ଜଣେ ଶିଶୁଙ୍କ ମୃତ୍ୟୁ ନିଶ୍ଚିତ କରୁଛୁ।" ପୌରପାଳିକା ଏହି ଘଟଣାରେ ଆହତ ୩୨ ଜଣଙ୍କର ଏକ ତାଲିକା ମଧ୍ୟ ପ୍ରକାଶ କରିଛି। ଯେଉଁଥିରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମେକ୍ସିକୋରେ ଅନେକ ମାରାତ୍ମକ ସଡ଼କ ଦୁର୍ଘଟଣା ଘଟୁଛି। ଯେଉଁଥିରେ ସାଧାରଣତଃ ବସ୍ ଏବଂ ଟ୍ରକ୍ ସାମିଲ ଅଛି। ଏହି ଦୁର୍ଘଟଣାଗୁଡ଼ିକ ପ୍ରାୟତଃ ଦ୍ରୁତ ଗତି କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥାଏ। ନଭେମ୍ବର ଶେଷ ଭାଗରେ ଏକ ସମାନ ଘଟଣା ଘଟିଥିଲା, ଯେଉଁଥିରେ ପଶ୍ଚିମ ରାଜ୍ୟ ମିଚୋଆକାନରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ ଜଣ ଆହତ ହୋଇଥିଲେ। ଏହାର ମାତ୍ର ଗୋଟିଏ ମାସ ପରେ ସମାନ ଦୁର୍ଘଟଣା ଘଟିଛି।