ଭୁବନେଶ୍ୱର ୨୮।୦୬ : ହାଇପ୍ରୋଫାଇଲ ଠକ ଗିରଫ । ରାଜଧାନୀରୁ ହାଇପ୍ରୋଫାଇଲ ଠକକୁ ଗିରଫ କରିଛି କମିଶନରେଟ ପୋଲିସ । କମ୍ପାନୀ ଆଳରେ ଲୋକଙ୍କ ଠାରୁ ୫ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି ।

ଖବର ଅନୁଯାୟୀ, ଗୋ-ବ୍ୟାକ୍ କାର୍ ସର୍ଭିସ ନାମକ ଏକ କମ୍ପାନୀ କରି ଲୋକଙ୍କ ଠାରୁ ଠକେଇ କରୁଥିଲେ । କମ୍ପାନୀ ଆଳରେ ୫ କୋଟି ଟଙ୍କାର ଠକେଇ କରିଥିଲେ । ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଅଭିଯୋଗ ପରେ ଠକକୁ ଗିରଫ ପାଇଁ ପ୍ଲାନ ପ୍ରସ୍ତୁତ କରିଥିଲା ପୋଲିସ । ସହିଦ ନଗର, ସ୍ପେଶାଲ କ୍ରାଇମ୍ ୟୁନିଟ, ପାହାଳ ପୋଲିସ ଷ୍ଟେସନ ଆଦି ଅନେକ ସ୍ଥାନରେ ଠକ ନାଁରେ ରହିଥିଲା ମାମଲା । ଏପିରିକି ଅଭିଯୁକ୍ତ ନାଁରେ NBW ମଧ୍ୟ ଜାରି ହୋଇଥିଲା । ଏହି NBW ଜାରି ହୋଇଥିବା ବେଳେ ନେପାଳ ବର୍ଡର ଦେଇ ଦେଶ ବାହାରକୁ ଖସିଯିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଠକକୁ ଗିରଫ କରିଛି ପୋଲିସ ।