ଭୁବନେଶ୍ୱର: ବର୍ତ୍ତମାନ ମହଙ୍ଗା ପେଟ୍ରୋଲ ଯୁଗରେ ଇଭି ଓ ଇଥାନଲ ମିଶ୍ରିତ ଇନ୍ଧନରେ ଚାଲୁଥିବା ଗାଡ଼ିକୁ ଭଲ ବିକଳ୍ପ ଭାବେ ଦେଖାଯାଉଛି। ଏଥିପାଇଁ ଅଟୋ କମ୍ପାନୀଗୁଡ଼ିକ ମଧ୍ୟ ଇଭି ଓ ନହେଲେ ଫ୍ଲେକ୍ସ ଫ୍ୟୁଲ୍ ଗାଡ଼ି ପ୍ରଡକ୍ସନ ବଢ଼ାଇ ଦେଇଛନ୍ତି। ଦେଶରୁ ସବୁଠାରୁ ବଡ଼ ଟୁହ୍ୱିଲର ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ(hero motocorp) ମଧ୍ୟ ଏ ଦିଗରେ ପଦକ୍ଷେପ ନେଇ ପୁଣିଥରେ Hero Splendor+ ଓ Hero HF Deluxe ଲଞ୍ଚ କରିଛି। ହେଲେ ଏଥର ଏହି ଦୁଇ ବାଇକର ନୂଆ ଅବତାର ଦେଖିବାକୁ ମିଳିବ।

କାରଣ କମ୍ପାନୀ ଏହି ଦୁଇ ଲୋକପ୍ରିୟ ମୋଟରସାଇକେଲ୍‌ର ଫ୍ଲେକ୍ସଫୁଏଲ ମଡେଲ ଲଞ୍ଚ କରିଛି। ଏହି ନୂଆ ମୋଟରସାଇକେଲ କେବଳ ପେଟ୍ରୋଲ ନୂହେଁ, ଏହା ଇଥାନଲ ମିଶ୍ରିତ(E-20, E-80) ପେଟ୍ରୋଲ୍‌ରେ ଚାଲିପାରିବ। ଗତକାଲି ଏହି ଦୁଇ ବାଇକ ଲଞ୍ଚ ହୋଇଥିଲା।

Also Read- India's Defense Exports Surge: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା, ବିଦେଶକୁ ଅସ୍ତ୍ରଶସସ୍ତ୍ର ରପ୍ତାନୀରେ ନୂଆ ରେକର୍ଡ,୧୦୦ରୁ ଅଧିକ ଦେଶକୁ ରପ୍ତାନୀ ବୃଦ୍ଧି
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଯୋଗ ଦେଇଥିଲେ। କମ୍ପାନୀର ଏହା ପ୍ରଥମ ଫ୍ଲେକ୍ସ ଫ୍ୟୁଲ ବାଇକ ହୋଇଥିବା ବେଳେ ଏହା ଭାରତର ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ବଜେଟ୍‌କୁ ଦେଖି ଲଞ୍ଚ କରାଯାଇଛି।

କେତେ ଦାମ ଓ କେବେଠାରୁ କିଣି ପାରିବେ ?

ଏହି ଦୁଇ ମୋଟୋରସାଇକଲେକୁ ନିମ୍ନ ମଧ୍ୟବିତ୍ତଙ୍କ ପରିବାରକୁ ସୁହାଇବା ଭଳି ଦରରେ ଲଞ୍ଚ କରାଯାଇଛି। ଗତକାଲି ଲଞ୍ଚ କଲା ବେଳେ ଏହାର ଦର କେତେ ରହିବ ତାହା ଘୋଷଣା କରିଛି କମ୍ପାନୀ। ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ଫ୍ଲେକ୍ସ-ଫ୍ୟୁଲର ଏକ୍ସଶୋ’ରୁମ୍ ମୂଲ୍ୟ ୮୨,୮୧୦ ଟଙ୍କା ରଖାଯାଇଥିବା ବେଳେ ଏଚଏଫ୍ ଡିଲକ୍ସ ଫ୍ଲେକ୍ସ-ଫ୍ୟୁଲ ମୋଟୋରସାଇକେଲ ଏକ୍ସ ଶୋ’ରୁମ୍ ମୂଲ୍ୟ ୭୨,୭୯୨ ଟଙ୍କା ରଖାଯାଇଛି। ଏହି ଉଭୟ ମୋଟରସାଇକେଲ ଜୁଲାଇ ୨୬ରୁ ସାରା ଦେଶରେ ହିରୋ ଡିଲରସିପ୍ ଏବଂ ଶୋ’ରୁମରେ ବିକ୍ରି ପାଇଁ ଉପଲବ୍ଧ ହେବ। ଗ୍ରାହକମାନେ ସେହି ତାରିଖରୁ ହିଁ ମୋଟରସାଇକେଲ କିଣିପାରିବେ।

କ’ଣ କହିଲେ ମନ୍ତ୍ରୀ ?

ଲଞ୍ଚ ଇଭେଣ୍ଟ ବେଳେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଏହି ବାଇକ ସାମାନ୍ୟ ପେଟ୍ରୋଲ ସହ ଏହା E-5(୫% ଇଥାନଲ) E-85(୮୫% ଇଥାନଲ) ଇନ୍ଧନରେ ବି ଚାଲିପାରିବ। ଯଦିଓ ବର୍ତ୍ତମାନ ଇ-୮୫ ପେଟ୍ରୋଲ ଦେଶର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଉପଲବ୍ଧ ଅଛି, ଖୁବ୍‌ଶୀଘ୍ର ଏହା ସାରା ଦେଶରେ ଉପଲବ୍ଧ ହୋଇଯିବ। ପେଟ୍ରୋଲ୍‌ରେ ମିଶୁଥିବା ଏହି ଇଥାନଲ ଆଖୁ ରଶ, ଖାଦ୍ୟ ସଶ୍ୟରେ ପ୍ରସ୍ତୁତ କରାଯାଇଥାଏ। ତେଣୁ ଏହା ପେଟ୍ରୋଲ ଠାରୁ ଅପେକ୍ଷାକୃତ ଶସ୍ତା ହେବ ବୋଲି କୁହାଯାଉଛି। ହେଲେ ବର୍ତ୍ତମାନର ସ୍ଥିତି ଅନୁସାରେ କେତେକ ସ୍ଥାନରେ ଇଥାନଲ ମିଶ୍ରିତ ପେଟ୍ରୋଲ ମିଳୁଥିଲେ ବି ଏପର୍ଯ୍ୟନ୍ତ ଦର କମାଉ ନାହାନ୍ତି ସରକାର। ତେଣୁ ଆଗକୁ ଯେ ଦର କମିବ ତାର କିଛି ଗ୍ୟାରେଣ୍ଟି ମିଳିପାରୁ ନାହିଁ।  

Hero Splendor+ Hero HF Deluxe ଫିଚର୍ସ

ଦୁଇଟି ମୋଟରସାଇକେଲ 97.2ccର ସିଙ୍ଗିଲ ସିଲିଣ୍ଡର ଇଞ୍ଜିନ ଦିଆଯାଇଛି। ଏହାକୁ ଫ୍ଲେକ୍ସ ଫ୍ୟୁଲ୍ ଇନ୍ଧନ ଅନୁସାରେ, ତିଆରି କରାଯାଇଛି। ଉନ୍ନତ ରାଇଡିଂ ଅନୁଭବ ପାଇଁ ୪-ସ୍ପିଡ ଗିଅର ବକ୍ସ ସୁବିଧା ଦିଆଯାଇଛି। ଏହା ବାଦ୍ ଏଥିରେ ସେଲ୍ଫ ଷ୍ଟାର୍ଟ ବି ସୁବିଧା ବି ଦିଆଯାଇଛି।

ଭାରତରେ ଏହି ଦୁଇ ଫ୍ଲେକ୍ସ ଫ୍ୟୁଲ ମୋଟରସାଇକେଲ ଲଞ୍ଚ ହେବା ଏକାଧିକ ଦିଗରୁ ଭାରତ ପାଇଁ ଶୁଭ ଖବର। ଯଦି ଗ୍ରାହକ ଏହି ବାଇକକୁ ଆପଣାଇଲେ, ତେବେ ପେଟ୍ରୋଲ ଉପରେ ନିର୍ଭର କମ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ। ତା ସହିତ ପ୍ରଦୂଷଣ ହ୍ରାସ କରିବା ଦିଗରେ ମଧ୍ୟ ସହାୟ ହୋଇପାରିବ।