ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଶିଳ୍ପ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅନ୍ୟାନ୍ୟ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପ୍ରଭାବୀ ହେଉ ବା ନ ହେଉ ପ୍ରତିରକ୍ଷା କ୍ଷେତ୍ରରେ କିନ୍ତୁ ଜବରଦସ୍ତ ସଫଳ ହୋଇଛି। ବର୍ତ୍ତମାନ ସ୍ଥିତି ଏମିତି ହୋଇଛି ଯେ ଭାରତ ୧୦୦ରୁ ଅଧିକ ଦେଶକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ କରୁଛି। ବିକ୍ରି ତଥ୍ୟ ଦେଖିଲେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ କେତେ ସଫଳ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ୁଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି୩୮,୪୨୪ କୋଟି ଟଙ୍କାରେପହଞ୍ଚିଛି। ଗତ ବର୍ଷ ତୁଳନାରେ ଏହା୬୨% ବୃଦ୍ଧି ପାଇଛି। ଭାରତ ଏବେ୧୦୦ରୁ ଅଧିକ ଦେଶକୁପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଛି, ଯେଉଁଥିରେ ଆମେରିକା, ଫ୍ରାନ୍ସ ଓ ଆର୍ମେନିଆ ଭଳି ଦେଶ ରହିଛି। ସୂଚନାଯୋଗ୍ୟ ଯେ, ଆମେରିକାର ବୋଇଂ ଏବଂ ଲକ୍ହିଡ୍ ମାର୍ଟିନ୍ ଭଳି କମ୍ପାନୀକୁ ଭାରତ ପ୍ରାୟ ୨.୮ ବିଲିୟନ ଡଲାରରସାମଗ୍ରୀ ଓ ପାର୍ଟସ ଯୋଗାଇଛି।

ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ଭାରତ ବିଭିନ୍ନ ଦେଶ ସହ୧୨,୫୦୦ କୋଟି ଟଙ୍କାରଚୁକ୍ତି କରିଛି। ଏଥିରେ ମନିଲା (୩,୨୦୦ କୋଟି), ଭିଏତନାମ (୫,୮୦୦ କୋଟି) ଏବଂ ଇଣ୍ଡୋନେସିଆ (୩,୬୦୦ କୋଟି) ସାମିଲ ଥିବାବେଳେ ମାଲେସିଆ ଓ ଥାଇଲାଣ୍ଡ ସହ ଆଲୋଚନା ଜାରି ରହିଛି। ସେହିପରି, ଆର୍ମେନିଆ ସହ ଆକାଶ-୧ଏସ୍ (Akash-1S) ପାଇଁ୬,୧୦୦ କୋଟି ଟଙ୍କାରଚୁକ୍ତି ହୋଇଛି ଏବଂ ଆକାଶ-ଏନଜି ପାଇଁ ଅନେକ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ପିନାକା ରକେଟ ସିଷ୍ଟମ ଏବଂ ନାଗାସ୍ତ୍ର-୧ ଓ ସ୍କାଇଷ୍ଟ୍ରାଇକର ଭଳି ଲୋଇଟରିଂ ମ୍ୟୁନିସନ ପାଇଁ ମଧ୍ୟ ବିଶ୍ୱ ବଜାରରେ ଚାହିଦା ବଢ଼ିଛି, ଯେଉଁଥିରେ ସାଇପ୍ରସ ସାମିଲ।

Also Read- ବଙ୍ଗୋପସାଗରରେ ଭାରତର ବଡ଼ ସୈନ୍ୟ ପ୍ରସ୍ତୁତି, ୬ ଦିନ ପାଇଁ NOTAM ଜାରି

୨୦୧୬-୧୭ରେ ରପ୍ତାନି ମାତ୍ର୧,୫୨୨ କୋଟି ଟଙ୍କାଥିବାବେଳେ, ଦଶ ବର୍ଷ ମଧ୍ୟରେ ଏହା ପ୍ରାୟ୨୫ ଗୁଣ ବୃଦ୍ଧିପାଇଛି। ଏହି ସଫଳତା ପାଇଁ HAL ଓ ଆଦାନୀ ଡିଫେନ୍ସ ଭଳି ସଂସ୍ଥା ଉତ୍ପାଦନ କ୍ଷମତା ବଢ଼ାଉଛନ୍ତି। ଭାରତ ଏବେ୨୦୨୯-୩୦ ସୁଦ୍ଧା ୫୦,୦୦୦ କୋଟି ଟଙ୍କାରରପ୍ତାନି ଲକ୍ଷ୍ୟ ରଖିଛି।