ଭୁବନେଶ୍ବର ୩।୩: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ । ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଛି ଉତ୍ତେଜନା । ଇସ୍ରାଏଲ ଓ ଆମେରିକା ପକ୍ଷରୁ ଇରାନ ଉପରେ ମିଳିତ ଆକ୍ରମଣ ଯୋଗୁ ସ୍ଥିତି ଅଧିକ ଅଧିକ ଖରାପ ହେବାରେ ଲାଗିଛି । ମଧ୍ୟପ୍ରାଚ୍ୟରେ ଅନେକ ଓଡ଼ିଆ ମଧ୍ୟ ଫସି ରହିଥିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ତତ୍ପର ଅଛନ୍ତି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ କରାଯାଇଛି । ସମସ୍ତ ଓଡ଼ିଆଙ୍କୁ କେମିତି ସୁରକ୍ଷିତ ଫେରାଇ ଅଣାଯିବ ସେନେଇ ଗୃହ ବିଭାଗ, ଶ୍ରମ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଭାବେ କାମ କରୁଛି । ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ୍ ଫ୍ରି ନମ୍ବର ହେଉଛି ୮୦୦୪୬୩୪୨ । ସେହିଭଳି ଜାରି କରାଯାଇଥିଲା ହ୍ୱାଟ୍ସଆପ୍ ନମ୍ବର ହେଉଛି ୯୭୧୫୪୩୦୯୦୫୭୧ ।

ଏ ଖବର ବି ପଢ଼ନ୍ତୁ:- ଶ୍ରୀମନ୍ଦିର ଦୋଳବେଦୀ ନିକଟରେ ପ୍ରବଳ ଭିଡ଼, ଠେଲାପେଲାରେ ତଳେ ପଡ଼ିଗଲେ ମହିଳା ଓ ପୁରୁଷ ଭକ୍ତ

ଓଡ଼ିଶା ପରିବାର ସ୍ଵତନ୍ତ୍ର କାର୍ଯ୍ୟରତ ଅଧିକାରୀ ପ୍ରିତିଶ ପଣ୍ଡାଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ତାଙ୍କ ନମ୍ୱର ୯୫୮୩୩୨୧୯୬୪କୁ ମଧ୍ୟ ସାର୍ବଜନୀନ କରାଯାଇଛି । ଶ୍ରମ ବିଭାଗ ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିଛି । କେନ୍ଦ୍ର ସରକାରଙ୍କ ସହ ନିରନ୍ତର ଯୋଗାଯୋଗ ଚାଲିଛି । ଯେଉଁ ଓଡ଼ିଆ ଫସିରହିଛନ୍ତି ସମସ୍ତଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯିବ ବୋଲି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ।