ଭୁବନେଶ୍ୱର ୧୪।୦୭ : ଡରାଇଲାଣି ପୁଣି କୋଭିଡ । ଆନ୍ଧ୍ରରେ ପଜିଟିଭ୍ ଚିହ୍ନଟ ପରେ ପୁରା ଆକ୍ସନରେ ରାଜ୍ୟ ସରକାର । ଖାସ କରି ଆଗକୁ ରଥଯାତ୍ରା ଥିବାରୁ ରାଜ୍ୟ ସରକାର ଅଧିକ ସଜାଗ ହୋଇଛନ୍ତି । କୋଭିଡ ସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକିଛନ୍ତି ବଡ଼ ବୈଠକ ।

ମଙ୍ଗଳବାର ସକାଳ ସମୟରେ ସ୍ୱାସ୍ଥ୍ୟ ଡାକିଲେ ବଡ଼ ବୈଠକ । କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଡାକିଲେ ବଡ଼ ବୈଠକ । ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ଆଗକୁ ରଥଯାତ୍ରା ଆସୁଛି । ଏଥିପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ମଧ୍ୟ ହେବ । ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ଆଗୁଣ କଣ ସବୁ ପଦକ୍ଷେପ ନିଆଯାଇଛି । ଏହାସହିତ ଆଗକୁ ଆଉ କଣ ସବୁ ପଦକ୍ଷେପ ନିଆଯିବ । ସେନେଇ ମଧ୍ୟ ଆଲୋଚନା ଚାଲିଛି । ଆନ୍ଧ୍ରରେ କୋଭିଡରେ ଚିହ୍ନଟ ପରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଯାହାକୁ ଦୃଷ୍ଟିରେ ସୀମାନ୍ତ ଜିଲ୍ଲା ଗୁଡ଼ିକରେ ସଜାଗ ରହିବାକୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପିରିକି ସୀମାନ୍ତବର୍ତ୍ତୀ ଜିଲ୍ଲାର ପ୍ରଶାସନ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

Also Read:-ଲଗାଣ ବର୍ଷାରେ ହାଲ ବେହାଲ, ଦିନକ ପାଇଁ ସ୍କୁଲକୁ ଛୁଟି ଘୋଷଣା କଲା ପ୍ରଶାସନ