ଭଦ୍ରକ ୧୪।୦୭ : ଲଗାଣ ବର୍ଷାରେ ହାଲ ବେହାଲ । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି । ଜିଲ୍ଲାର ସମସ୍ତ ସରକାର ଏବଂ ବେସରକାରୀ ସ୍କୁଲକୁ ଗୋଟିଏ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଯାହାର ପ୍ରଭାବରେ ଗତରାତିରୁ ଲାଗିରହିଛି ବର୍ଷା । ଖାସ୍‌ କରି ଉପକୂଳିଆ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଗୋଟିଏ ଦିନ ମାନେ ମଙ୍ଗଳବାର (୧୪ ତାରିଖ) ଜିଲ୍ଲାର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

Also Read:-ଟ୍ରକକୁ ପିଟିଲା ଦ୍ରୁତଗାମୀ କାର୍, ସ୍ପଟରେ ହିଁ ଚାଲିଗଲା ଡ୍ରାଇଭରଙ୍କ ଜୀବନ