ନୂଆଦିଲ୍ଲୀ, ୦୫/୧୦: ଭାରତୀୟ ଦଳକୁ ବଡ଼ ଝଟକା । ଆହତ ଜନିତ ସମସ୍ୟାରେ ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଜୋରଦାର ଝଟକା ଲାଗିଛି । କାରଣ ଫିଟ୍ ନାହାଁନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ହର୍ଷିତ ରାଣା । ତେଣୁ ସେମାନେ ନ୍ୟୁଜିଲାଣ୍ଡ ଗସ୍ତ କରି ନପାରନ୍ତି । ଏବେ ସେମାନେ ବିସିସିଆଇର ସେଣ୍ଟର୍ ଅଫ୍ ଏକ୍ସଲେନ୍ସରେ ଫିଟ୍ ହେଉଛନ୍ତି ।

୨୦୨୬ଆଇପିଏଲ ପରଠୁ ହାର୍ଦ୍ଦିକ ପ୍ରାୟତଃ ଭାରତୀୟ ଦଳରୁ ଦୂରରେ ରହିଛନ୍ତି । ଗତ ଜୁଲାଇରେ ଶେଷ ଥର ପାଇଁ ଭାରତୀୟ ଜର୍ସିରେ ହର୍ଷିତ ରାଣା ନଜର ଆସିଥିଲେ । ରିପୋର୍ଟ ଅନୁସାରେ, ପାଣ୍ଡ୍ୟା ଫିଟ୍ ହେଉଛନ୍ତି । ହେଲେ ସମ୍ପୂର୍ଣ୍ଣ ଫିଟନେଶ୍ ପାଇବାକୁ ସମୟ ଲାଗିବ । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ସବୁ ଆଡୁ଼ ଦେଖିବାକୁ ପଡିବ । ତାଙ୍କ ଡାହାଣ ଗୋଡର ମାସଂପେଶୀରେ ଆଘାତ ଲାଗିଥିଲା । ତାଙ୍କୁ ଏମଆରଆଇ ପରେ ଭିଟାମିନ୍ ଡି ଦିଆଯାଉଛି । ଏହାସହ ଫିଜିଓତେରାପି ଚାଲିଛି ।

Also Read :- କାହାକୁ ଜିତାଇବେ ଗାଁ ଭୋଟର୍ ? ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ, ବଳ କଷାକଷି ହେଲେଣି ତିନି ଦଳ

ଅନ୍ୟ ଦିଗରେ ହର୍ଷିତ ରାଣା ମଧ୍ୟ ଫିଟ୍ ନାହାଁନ୍ତି । ତାଙ୍କର ମଧ୍ୟ ବାମ ଜଙ୍ଘରେ ଯନ୍ତ୍ରଣା ଅନୁଭୁତ ହେଉଛି । ଏହାସହ କିଛି ଦିନ ଧରି ସେ ଜ୍ୱର, ଥଣ୍ଡା, କାଶ ଏବଂ ଗଳା ସମସ୍ୟାରେ ପୀଡିତ ଅଛନ୍ତି । ତାଙ୍କୁ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିପାରେ ।

ଅନ୍ୟ ଦିଗରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତରେ୫ଟି ଟି୨୦,୫ଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଖେଳିବ । ଯାହା ଅକ୍ଟୋବର୨୨ତାରିଖରୁ ଆରମ୍ଭ ହେବ । ଏହା ପୂର୍ବରୁ ଦଳ ଘୋଷଣା ହେଲେ ପାଣ୍ଡ୍ୟା ଏବଂ ହର୍ଷିତଙ୍କୁ ସୁଯୋଗ ମିଳିବା ସମ୍ଭାବନା କମ୍ ରହିଛି ।

ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ୍ ମୁକାବିଲା ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପର ଅଂଶ । ଭାରତକୁ ଫାଇନାଲ ଖେଳିବାକୁ ହେଲେ ନ୍ୟୁଜିଲାଣ୍ଡକୁ୨-୦ରେ ହରାଇବା ଜରୁରୀ । ତେଣୁ ଏହି ସିରିଜ ଉପରେ ଫ୍ୟାନ୍ସଙ୍କ ଫୋକସ ରହିଛି ।