ନୂଆଦିଲ୍ଲୀ, ୨୩।୧୧ : ପିଏମ୍ ମୋଦୀଙ୍କୁ ସାକ୍ଷାତ କଲେ ନେପାଳ ପିଏମ୍ । ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ ଶାହ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହାସହ ରାଷ୍ଟ୍ରପତି ଭବନରେ ବାଲେନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଆଜି ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ ।

ଉଭୟ ନେତା ଶକ୍ତି, ଯୋଗାଯୋଗ ତଥା କନେକ୍ଟିଭିଟି ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହ ଅଯୋଧ୍ୟା-ଜନକପୁର ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

ପିଏମ୍ ମୋଦୀ ଏବଂ ବାଲେନ ଶାହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଏଥିରେ ଶକ୍ତି, ଜଳବିଦ୍ୟୁତ ପରିଯୋଜନା, ରେଳବାଇ କନେକ୍ଟିଭିଟି ଭଳି ପ୍ରସଙ୍ଗ ଫୋକସରେ ରହିବ । ନେପାଳ ପିଏମ୍ ହେବା ପରେ ଏହା ବାଲେନଙ୍କ ପ୍ରଥମ ଭାରତ ଗସ୍ତ । ରବିବାର ସେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରକୁ ସାକ୍ଷାତ କରିଥିଲେ ।

Also Read :- ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ୍ : ଓ୍ୱିକେଟ୍ ନେଇପାରିଲେନି ଟିମ୍ ଇଣ୍ଡିଆ ବୋଲର, ମ୍ୟାଚ୍ ଡ୍ର' କରିଦେଲା ବ୍ଲାକକ୍ୟାପ୍

ମୋଦୀ ଏବଂ ବାଲେନଙ୍କ ବୈଠକ ପରେ ଉଭୟ ଦେଶର ସମ୍ପର୍କ ନୂଆ ଶିଖର ଛୁଇଁବ ବୋଲି ଆଶା କରାଯାଉଛି । ବୈଠକ ପରେ ଉଭୟ ନେପାଳର ଅନେକ ପ୍ରକଳ୍ପକୁ ମିଳିତ ଭାବେ ଉଦଘାଟନ କରିବେ । ଏହାବ୍ୟତୀତ ସହଯୋଗ ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହେବାନେଇ ସମ୍ଭାବନା ରହିଛି ।