ରାଉରକେଲା ୦୯।୧୧ : ବାଣ ନେଲା ନାବାଳକର ଜୀବନ । ଭଉଣୀ ସମ୍ମୁଖରେ ଚାଲିଗଲା ନାବାଳକ ଭାଇର ଜୀବନ । ଅଳ୍ପକେ ବର୍ତ୍ତିଗଲା ଭଉଣୀ । ରାଉରକେଲା ରଘୁନାଥପାଲି ଥାନା କୌଶଲ୍ୟା ନଗରରେ ଗତକାଲି ରାତି ପାଖାପାଖି୯ଟା ସମୟରେ ଘଟିଛି ଏହି ଅଘଟଣ ।

ଦୀପାବଳି ଥିବାରୁ ପିଲାମାନଙ୍କୁ ଘରକୁ ଡାକିଥିଲେ ସାର୍ । ସାରଙ୍କ ଘରେ ଦୀପାବଳି ପାଇଁ ହୋଇଥିଲା ଭୋଜି । ଭୋଜି ଖାଇସାରି ସମସ୍ତେ ବାହାରିଥିଲେ ନିଜ ନିଜ ଘରକୁ । ଭାଇ ଭଉଣୀ ଏବଂ ଜଣେ ସାଙ୍ଗ ଏହିପରି ମୋଟ ତିନିଜଣଫେରୁଥିଲେ ଘରକୁ । ଘର ମାତ୍ର ଥିଲା ଆଉ ମାତ୍ର କିଛି ଦୂର । ହଠାତ ଛକ ନିକଟରେ ଫୁଟିଥିଲା ବାଣ । ଏଥିରେ ଗୁରୁତର ହୋଇଥିବା ନାବାଳକ ଚିନ୍ମୟ ସାହୁକୁ ତୁରନ୍ତ ଲୋକେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲ । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଚିନ୍ମୟ ସାହୁ କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସାଙ୍ଗରେ ଥିବା ଭଉଣୀ ସହ ଅନ୍ୟଜଣେ ପିଲା ଅଳ୍ପକେ ବର୍ତ୍ତି ଯାଇଥିଲେ । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ , ବାଣ ଭିତରେ ଥିଲା କାଚ । ଘଟଣା ନେଇ ତଦନ୍ତ କରୁଛି ରାଉରକେଲା ରଘୁନାଥପାଲି ପୋଲିସ ।

Also Read:-ଗାର୍ଲଫ୍ରେଣ୍ଡ ଓ ପୁଅ ସହ ଧୁମଧାମରେ ଦୀପାବଳି ପାଳିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରଲ