ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ହରଭଜନ ସିଂହଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି ପଞ୍ଜାବର ଆପ୍ ସରକାର । ଏହା ପୂର୍ବରୁ ସାଂସଦ ରାଘବ ଚଢାଙ୍କ ସମେତ ୭ ସାଂସଦ ଆପ୍ ଛାଡ଼ିଥିଲେ । ସେମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ଏବଂ ରାଜ୍ୟସଭା ସାଂସଦ ହରଭଜନ ସିଂହ ମଧ୍ୟ ସାମିଲ ଥିଲେ । ପଞ୍ଜାବ ସରକାର ହରଭଜନଙ୍କ ସୁରକ୍ଷା ପ୍ରତ୍ୟାହାର କରିନେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି ।

Also Read: Harbhajan Singh : ହରଭଜନ ସିଂହ ‘ଆପ୍ ’ ଛାଡିବା ନେଇ ରାଗିଲେ କାର୍ଯ୍ୟକର୍ତ୍ତା, ଘରର କାନ୍ଥରେ ଲେଖିଲେ ‘ ଦେଶଦ୍ରୋହୀ’

କେନ୍ଦ୍ର ସରକାର ରାଜ୍ୟସଭା ସାଂସଦ ହରଭଜନଙ୍କୁ ସିଆରପିଏଫ ସୁରକ୍ଷା ଯୋଗାଇ ଦେଇଛନ୍ତି । ହରଭଜନଙ୍କ ଜଳନ୍ଧର ଘର ବାହାରେ CRPF ଯବାନଙ୍କୁ ମୁତୟନ କରାଯାଇଛି। ଆମ ଆଦମୀ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଥିବା ରାଘବ ଚଢା ଦାବି କରିଥିଲେ ଯେ, ଆମ ଆଦମୀ ପାର୍ଟି ଛାଡିଥିବା ସାତ ଜଣ ସାଂସଦଙ୍କ ମଧ୍ୟରେ ହରଭଜନ ସିଂହ ମଧ୍ୟ ଅଛନ୍ତି। ହରଭଜନ ସିଂହଙ୍କ କର୍ମଚାରୀଙ୍କ ଅନୁଯାୟୀ, ଗତକାଲି ପଞ୍ଜାବ ସରକାର ପୋଲିସ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି। ପଞ୍ଜାବ ସରକାର ୯ରୁ ୧୦ ଜଣ ସୁରକ୍ଷା କର୍ମୀ ଏବଂ ଏକ ସରକାରୀ ଏସ୍କର୍ଟ ଗାଡ଼ିକୁ ଫେରାଇ ନେଇଛନ୍ତି।

AAP ଛାଡ଼ିଥିଲେ ୭ ସାଂସଦ

ରାଜ୍ୟସଭା ସାଂସଦ - ରାଘବ ଚଢା, ସନ୍ଦୀପ ପାଠକ, ସ୍ୱାତୀ ମାଲିୱାଲ, ହରଭଜନ ସିଂହ, ରାଜିନ୍ଦର ଗୁପ୍ତା, ଅଶୋକ ମିତ୍ତଲ ଏବଂ ବିକ୍ରମ ସାହାଣୀ ଆପ୍ ଛାଡ଼ିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଆପ୍ ଛାଡ଼ିଥିବା ୭ ସାଂସଦ ବିଜେପିରେ ସାମିଲ ହୋଇଛନ୍ତି । ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ରାଘବ ଚଢା ଦାବି କରିଥିଲେ ଯେ, ଆପର ପ୍ରାୟ ଦୁଇ-ତୃତୀୟାଂଶ ରାଜ୍ୟସଭା ସାଂସଦ ତାଙ୍କ ସହିତ ଯିବାକୁ ପ୍ରସ୍ତୁତ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଆପ୍କୁ ଶକ୍ତ ଧକ୍କା ଲାଗିଛି ।