ନୂଆଦିଲ୍ଲୀ ୧୬।୦୫:ନୂଆ ଅଧ୍ୟୟନରୁ ଆଶ୍ଚର୍ଯ୍ୟଚକିତ ତଥ୍ୟ ସାମ୍ନାକୁ ଆସିଛି । ପୁରୁଷଙ୍କ ଶୁକ୍ରାଣୁରେ ୬ ବର୍ଷ ଯାଏ ଜୀବିତ ରହିପାରେ ହଣ୍ଟା ଭାଇରସ୍ । ଫଳରେ ଯୌନ ସମ୍ପର୍କ ଜରିଆରେ ଏହା ଅନ୍ୟକୁ ସଂକ୍ରମିତ କରିବାର ଆଶଙ୍କା ବଢ଼ିପାରେ । ହେଣ୍ଟାଭାଇରସ୍ ଦ୍ାରା ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ଏହି ଅଧ୍ୟୟନ ଗୁରୁତ୍ପୂର୍ଣ୍ଣ । ସ୍ିଜରଲାଣ୍ଡର ସ୍ପିଜ୍ ଲାବୋରେଟୋରୀ ଏହି ଅଧ୍ୟୟନ କରିଛି । ବୈଜ୍ଞାନିକମାନେ ସ୍ିଜରଲାଣ୍ଡର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ପରୀକ୍ଷା କରିଥିଲେ,ଯିଏକି ୬ ବର୍ଷ ପୂର୍ବେ ଦକ୍ଷିଣ ଆମେରିକାରେ ହଣ୍ଟାଭାଇରସ୍ର ଆଣ୍ଡିଜ ଷ୍ଟ୍ରେନ୍ ଦ୍ାରା ସଂକ୍ରମିତ ହୋଇଥିଲେ। ବ୍ୟକ୍ତିଙ୍କ ରକ୍ତ,ମୂତ୍ର ଓ ଶ୍ାସନଳୀରେ ଭୂତାଣୁର କୌଣସି ଚିହ୍ନ ମିଳିନଥିଲା,କିନ୍ତୁ ଶୁକ୍ରାଣୁରେ ୭୧ ମାସ (ହାରାହାରି ୬ ବର୍ଷ) ପରେ ବି ଏହି ଭୂତାଣୁ ଜୀବିତ ଥିଲା ।

ବୈଜ୍ଞାନିକଙ୍କ ଅନୁସାରେ,ପୁରୁଷଙ୍କ ଅଣ୍ଡକୋଷ ଭୂତାଣୁ ପାଇଁ ଏକ ସୁରକ୍ଷିତ ସ୍ଥାନ । ସେଠାରେ ପ୍ରତିରକ୍ଷା ପ୍ରଣାଳୀ ସହଜରେ ପହଞ୍ଚିପାରେ ନାହିଁ,କାରଣ ଶୁକ୍ରାଣୁ କୋଷଗୁଡ଼ିକ ପ୍ରଜନନ ପାଇଁ ସୁରକ୍ଷିତ ଥାନ୍ତି । ସେଥିପାଇଁ ଭୂତାଣୁ ସେଠାରେ ଲୁଚି ବର୍ଷ ବର୍ଷ ଜୀବିତ ରହିପାରେ । ସଦ୍ୟ ଆବିଷ୍କାର ଇବୋଲା ଓ ଜିକା ଭାଇରସ୍ ଭଳି । ଏହି ଭାଇରସ୍ ପୁରୁଷ ଅଣ୍ଡକୋଷରେ ଲୁଚି ରହିପାରନ୍ତି ବୋଲି ପୂର୍ବରୁ ଜଣାପଡ଼ିଥିଲା ।

୨୦୨୧ ମସିହାରେ,ଗିନିରେ ଏକ ଛୋଟ ଇବୋଲା ପ୍ରକୋପ ଘଟିଥିଲା,ଯାହା ୨୦୧୪-୨୦୧୬ର ପ୍ରମୁଖ ମହାମାରୀରୁ ବଞ୍ଚିଯାଇଥିବା ଜଣେ ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ମାଧ୍ୟମରେ ବ୍ୟାପିଥିଲା। ଏହି ଭାଇରସ ବର୍ଷ ବର୍ଷ ଧରି ଶୁକ୍ରାଣୁରେ ମଧ୍ୟ ରହିଥିଲା। ହଣ୍ଟାଭାଇରସର ଯୌନ ସଂକ୍ରମଣର କୌଣସି ନିଶ୍ଚିତ ମାମଲା ନାହିଁ। ତଥାପି,ଅଧ୍ୟୟନରୁ ଜଣାପଡିଛି ଯେ ଆଣ୍ଡିଜ୍ ଭାଇରସ ସହିତ ଏହା ଏକ ସମ୍ଭାବନା। ତେଣୁ,ସତର୍କତା ଜରୁରୀ।

Also Read-ନୂଆ ପ୍ରଜାତିର ବିଶାଳକାୟ ଡାଇନୋସର ଆବିଷ୍କୃତ, ବୈଜ୍ଞାନିକଙ୍କ ହାତରେ ଲାଗିଲା ୧୨୦ ନିୟୁତ ବର୍ଷ ତଳର ରହସ୍ୟ