ଭୁବନେଶ୍ୱର ୨୧।୦୯ : ରାଜଧାନୀରେ ଫୁଟିଲା ଗୁଳି । ଫେସବୁକ ଲାଇଭରୁ ତୁମୂଳକାଣ୍ଡ । ଭରତପୁର ଥାନା ଅଧୀନରେ ଫୁଟିଲା ଗୁଳି । ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ସୂଚନା । ଗଣ୍ଡଗୋଳ ଓ ମାଡ଼ପିଟ ଯୋଗୁଁ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।

ଖବର ଅନୁଯାୟୀ, ରବିବାର ଜଣେ ଯୁବକ ଫେସବୁକ ଲାଇଭ କରି ଏକ କେସ ସଂକ୍ରାନ୍ତରେ ଜାତିଆଣ ମନ୍ତବ୍ୟ ଦେଇଥିଲେ । ଯେଉଁ ଭିଡିଓ ଭାଇରାଲ ହେବା ପରେ ଅପରପକ୍ଷ ବିଳମ୍ବିତ ରାତିରେ ଉତ୍ତ୍ୟକ୍ତ ହେବା ସହ ଘାଟିକିଆରେ ଚାଲିଥିବା ଏକ ଗଣେଶ ପୂଜା ପେଣ୍ଡାଲ ନିକଟରେ ପହଞ୍ଚିଥିଲେ । ଗଣେଷ ବିସର୍ଜନ ଥିବାରୁ ଅନେକ ଯୁବକ ସେଠାରେ ଉପସ୍ଥିତ ଥିଲେ । ତେବେ ସେହି ଫେସବୁକ ଲାଇଭକୁ କେନ୍ଦ୍ର କରି ଦୁଇ ପକ୍ଷ ଭିତରେ ଗଣ୍ଡଗୋଳ ବଢ଼ିବାରେ ଲାଗିଥିଲା। ଏପରିକି ବାହାରୁ ଆସିଥିବା ଦୁର୍ବୁର୍ତ୍ତ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିବା ସହ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ ।

Also Read:-ଫରେଷ୍ଟର ବ୍ୟାସଦେବ ମୃତ୍ୟୁ ଘଟଣାରେ ଛାନଭିନ୍‌, ପରିବାର କହିଲେ ମାନସିକ ଚାପ ହିଁ ନେଲା ଜୀବନ

ସେପଟେ ଗୁରୁତର ଯୁବକମାନେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ସିସିଟିଭି ଜବତ କରିବା ସହ ଦୁବୁର୍ତ୍ତମାନଙ୍କୁ ଧରିବାକୁ ଆରମ୍ଭ କରିଛି ଛାନଭିନ ଜାରି ରଖିଛି। ଏହାସହିତ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରି ରଖିଛି ପୋଲିସ ।