ୱାସିଂଟନ: ଏନଭିଡିଆ ସିଇଓ ଜେନସେନ ହୁଆଙ୍ଗ ଗତ ନଭେମ୍ବର ୧୨ ତାରିଖ ଦିନ ବୋର୍ଡ ମେମ୍ବରଙ୍କ ବୈଠକ ପରେ ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିଲେ। ହେଲେ ଏବେ ପୁଣି ଥରେ ହୁଆଙ୍ଗଙ୍କୁ ଏନଭିଡିଆ ସିଇଓ ନିଯୁକ୍ତ କରିବା ଲାଗି ଦାବି ଜୋର ଧରିଛି। ହୁଆଙ୍ଗଙ୍କ ସମର୍ଥନରେ ୪୩,୦୦୦ରୁ ଅଧିକ ଲୋକେ ଓପନ ଲେଟରରେ ସ୍ୱାକ୍ଷର କରିଛନ୍ତି। ଏଥିରେ ସ୍ପେସ୍-ଏକ୍ସ ଓ ଟେସ୍ଲା ସିଇଓ ଏଲନ ମସ୍କ ମଧ୍ୟ ସାମିଲ ଅଛନ୍ତି। ମସ୍କ ଜେନସେନ ହୁଆଙ୍ଗଙ୍କ ସମର୍ଥନରେ ଓପନ ଲେଟରରେ ସ୍ୱାକ୍ଷର କରିଥିବା ବେଳେ ତାଙ୍କୁ ପୁଣି ଥରେ ଏନଭିଡିଆ ସିଇଓ ନିଯୁକ୍ତ କରିବାକୁ ଦାବି କରିଛନ୍ତି।

ମସ୍କ ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଜେନସେନଙ୍କୁ ତାଙ୍କ ପଦବୀକୁ ଫେରାଇ ଆଣିବା ଲାଗି ଏକ ପିଟିସନ ଚାଲିଛି ଓ ମୁଁ ଏଥିରେ ସ୍ୱାକ୍ଷର କରୁଛି। ହୁଆଙ୍ଗଙ୍କ ସମର୍ଥନରେ ଜାରି ଓପନ ଲେଟରରେ ଯେଉଁ ପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ଯାଞ୍ଚ ମାଧ୍ୟମରେ ତଥ୍ୟର ସୂଚନା ନ ମିଳିଛି ସେ ପର୍ଯ୍ୟନ୍ତ ହୁଆଙ୍ଗଙ୍କୁ ତାଙ୍କପଦବୀରେ ଅବସ୍ଥାପିତ ରଖାଯାଉ ବୋଲି ବୋର୍ଡଙ୍କ ନିକଟରେ ଦାବି କରାଯାଇଛି।

ଜେନସେନ ହୁଆଙ୍ଗ କେବଳ ଏନଭିଡିଆ ସିଇଓ ନଥିଲେ ସେ କମ୍ପାନୀର ସହ ସଂସ୍ଥାପକଙ୍କ ମଧ୍ୟରେ ଜଣେ ଥିଲେ। ହୁଆଙ୍ଗ ୩୩ ବର୍ଷ ପୂର୍ବେ ଯେଉଁ କମ୍ପାନୀର ସହ ସ୍ଥାପନା କରିଥିଲେ ଆଜି ତାଙ୍କୁ ସେହି କମ୍ପାନୀର ସିଇଓ ପଦବୀରୁ ଇସ୍ତଫା ଦେବାକୁ ପଡିଛି। ହୁଆଙ୍ଗଙ୍କ ସମର୍ଥନରେ ୪୩ ହଜାର ଲୋକେ ଓପନ ଲେଟର ସ୍ୱାକ୍ଷର କରିଛନ୍ତି। ଏହି ସ୍ୱାକ୍ଷରକାରୀଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି। ଏହି ପତ୍ର ‘ଷ୍ଟାଣ୍ଡ ୱିଥ ଜେନସେନ’ ନାମକ ୱେବସାଇଟରେ ରହିଛି, ଯାହାକୁ ସ୍ୱେଚ୍ଛାସେବୀମାନେ ସଞ୍ଚାଳନ କରୁଛନ୍ତି।

ୱେବସାଇଟ ରେ ଏକ ଲାଇଭ କାଉଣ୍ଟର ରହିଛି ଯାହା ପ୍ରତି ୩୦ ସେକେଣ୍ଡରେ ଅପଡେଟ ହେଉଛି। ଏହି କାଉଣ୍ଟର ଅନୁସାରେ ସ୍ୱାକ୍ଷରକାରୀଙ୍କ ମଧ୍ୟରେ ୨,୯୮୦ ଜଣ ଏନଭିଡିଆର ଏବେକା କର୍ମଚାରୀ ଅଛନ୍ତି। ସେହିପରି ୪୫୪ ପୂର୍ବତନ କର୍ମଚାରୀ, ୨୪,୦୯୭ଜଣ ସେୟାରଧାରୀ ଓ ବାକି ୧୫,୫୧୭ ଜଣ ସମର୍ଥକ ଭାବେ ସ୍ୱାକ୍ଷର କରିଛନ୍ତି। ଏହି ଅଭିଯାନ ଚଳାଇଥିବା ଲୋକଙ୍କ କହିବା କଥା ହେଉଛି ଏହାକୁ ଏନଭିଡିଆ ଅଥବା ହୁଆଙ୍ଗଙ୍କ ସମର୍ଥନ ନାହିଁ ଓ ଲୋକେ ନିଜ ସୂଚନା ନିଜେ ଦେଉଛନ୍ତି. ଯାହାର ପୁଷ୍ଟି ହୋଇ ନାହିଁ।