ବଲାଙ୍ଗୀର ୨୧।୦୯ : ବଲାଙ୍ଗିର ଫରେଷ୍ଟ ରେଞ୍ଜ ଷ୍ଟାଫ୍ କ୍ୱାର୍ଟର୍ସରୁ ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଛାନଭିନ୍ ଚାଲିଥିବା ବେଳେ, କାର୍ଯ୍ୟକ୍ଷେତ୍ରରେ ମାନସିକ ଚାପ ଓ ନିର୍ଯାତନା ସହି ନପାରି ସେ ଆତ୍ମହତ୍ୟା କରିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।

ସଦର ରେଞ୍ଜ କାର୍ଯ୍ୟାଳୟ ପଛପଟେ ଥିବା ଷ୍ଟାଫ୍ କ୍ୱାର୍ଟର୍ସରେ ବ୍ୟାସଦେବ ଏକା ରହୁଥିଲେ। ରବିବାର ଛୁଟିଦିନ ଥିବାରୁ ସେ ଘର ଭିତରୁ ବାହାରି ନଥିଲେ। ଅପରାହ୍ନରେ ଅନ୍ୟ କର୍ମଚାରୀମାନେ କବାଟ ବନ୍ଦ ଥିବା ଦେଖି ବାରମ୍ବାର ଡାକିଥିଲେ ମଧ୍ୟ କୌଣସି ଶବ୍ଦ ଆସିନଥିଲା। ପରେ କବାଟ ଖୋଲିବାରୁ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ବ୍ୟାସଦେବଙ୍କ ଭାଇ ବଲଦେବ ଓ ସୁକଦେବ ଅଭିଯୋଗ କରିଛନ୍ତି ଯେ, ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଅତ୍ୟଧିକ ବିଭାଗୀୟ ମାନସିକ ଚାପ ଓ ନିର୍ଯାତନା ଯୋଗୁଁ ସେ ଗତ କିଛି ମାସ ହେଲା ଚିନ୍ତାରେ ଥିଲେ, ଯାହା ତାଙ୍କ ମୃତ୍ୟୁର ମୁଖ୍ୟ କାରଣ ହୋଇପାରେ। ତେବେ ଡିଏଫଓ ଚାପ ଅଭିଯୋଗକୁ ଖଣ୍ଡନ କରିବା ସହ ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି।

Also Read:-କୋଇଲା ବୋଝେଇ ଟ୍ରେନରେ ଲାଗିଗଲା ନିଆଁ, ଜଳିଲା ୭ ବଗି