ଜଳେଶ୍ୱର ୧୭।୦୮ : ଅଘଟଣ । ଗୋଟିଏ ପଟେ ବନ୍ୟା, ଆଉ ଗୋଟିଏ ପଟେ ଏପରି ଅଭାବନୀୟ ଘଟଣା । ଜଳେଶ୍ବରର ବନ୍ୟା ପୀଡ଼ିତ ଗାଁରେ ମାଟି କାନ୍ଥ ପଡି ଆଈ ଓ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନାତୁଣୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା କପାସୁଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଦୀର୍ଘ ଦିନ ହେବ ଲଗାଣ ବର୍ଷା ଲାଗି ରହିବା ଫଳରେ ବାଲେଶ୍ୱର ଜିଲ୍ଲା ନେତୁଆ ପଞ୍ଚାୟତର ଅନେକ ଘର ପାଣି ଘେରରେ ରହିଛି । ଫଳରେ ମାଟି କାନ୍ଥ ଭାଙ୍ଗି ଯାଇଛି । ମାଟି କାନ୍ଥଟି ହଠାତ ଘରେ ଶୋଇଥିବା ଆଈ, ନାତି, ନାତୁଣୀ ଉପରେ ଓଲଟି ପଡିଥିଲା । ଫଳରେ ୩ ଜଣ ଯାକ କାନ୍ଥ ତଳେ ଚାପି ହୋଇଯାଇଥିଲେ । ସେପଟେ ଖବର ପାଇ ଗ୍ରାମବାସୀମାନେ ପହଂଚି ମାଟି ତଳୁ ସେମାନଙ୍କୁ ଉଦ୍ଧାର କରିଥିଲା । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । କାନ୍ଥ ତଳେ ଚାପି ହୋଇ ଆଇ ଓ ନାତିର ମୃତ୍ୟୁ ଘଟିଥିଲା । ନାତୁଣୀ ସ୍ମୃତି ରେଖା ଗୁରୁତର ହୋଇଥିଲେ ।

Also Read:-ବନ୍ୟା ସ୍ଥିତି ସଙ୍ଗୀନ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ସ୍କୁଲ-ଅଙ୍ଗନଓ୍ୱାଡି ଛୁଟି

ଅନ୍ୟପଟେ ଘଟଣାସଂପର୍କରେ ଖବର ପାଇଁ ଜଳେଶ୍ୱର ବିଡ଼ିଓ ଗୌରାଙ୍ଗ ଘୋଷ ଏବଂ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନଙ୍କୁ ପାଣି ଘେରରୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ । ଗୁରୁତର ନାତୁଣୀଙ୍କୁ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

Watch Video:-