ଭଦ୍ରକ ୧୭।୦୮ : ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଲଗାଣ ବର୍ଷା ସହ ବନ୍ୟା ଯୋଗୁ ଜିଲ୍ଲାରେ ବ୍ୟାପକ ପଦକ୍ଷେପ ନିଆଯାଉଛି । ଜିଲ୍ଲାର ସମସ୍ତ ଅଙ୍ଗନଓ୍ୱାଡି, ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏହାସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ମଧ୍ୟ କରାଯାଇଛି ।

ସେହିପରି ସମୁଦ୍ରକୁ ମାଛ ମାରିବା ଉପରେ କଟକଣା ଲଗାଇଛି ପ୍ରଶାସନ । ଏପିରିକି ଯେଉଁମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଛନ୍ତି । ସେମାନଙ୍କ ଫେରିଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଆଜି ଶ୍ରାବଣ ସୋମବାର ଥିବାରୁ କାଉଡିଆଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Also Read:-ଆଜି ଓଡିଶା ବନ୍ଦ : ବିଭିନ୍ନ ଦାବିରେ ଓଡ଼ିଶା ଅନଲାଇନ୍ ଚାଳକ ମିଳିତ ମଞ୍ଚର ୧୨ ଘଣ୍ଟିଆ ହରତାଳ

ତେବେ ବୈତରଣୀ ନଦୀର ଆଖୁଦାପଦା ଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ୧୮.୧୦ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ସାଳନ୍ଦୀ ନଦୀର ରାଜଘାଟ ଠାରେ ବିପଦ ସଙ୍କେତ ୧୭ ଫୁଟ୍ ଥିବା ବେଳେ ଏବେ ୧୬.୮୦ ଫୁଟରେ ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟା ପାଇଁ ୧ ଲକ୍ଷ ୭ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୯୦ଟି ସ୍ଥାନରେ ରୋଷେଇ କରାଯାଉଛି ।ଏବେ ଯାଏଁ ୪ଟି ବ୍ଲକ ଓ ଗୋଟିଏ ସହରାଞ୍ଚଳର ୩୩ ପଞ୍ଚାୟତ ଓ ୧୩୪ ଗ୍ରାମ ପଞ୍ଚାୟତ ହୋଇଛନ୍ତି ।