ଭଦ୍ରକ ୨୨।୧୦: ପୋଖରୀରେ ବୁଡି ଜେଜେ ଓ ନାତିଙ୍କ ମୃତ୍ୟୁ । ନାତିକୁ ବଞ୍ଚାଇବା ପାଇଁ ଯାଇ ଜେଜେଙ୍କର ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ମାଳିଅରୁଆ ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଅଘଟଣ । ମୃତ ଜେଜେ ଦୟାନିଧି ବାରିକ ଓ ୫ ବର୍ଷୀୟ ନାତି ସାଇ ଶୁଭମ୍ ବାରିକଙ୍କ ମୃତ୍ୟୁ ହୋଇଛି ।

Also Read:- ବାତ୍ୟା ଆଶଙ୍କାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ, IMD ସହ ନିରନ୍ତର ଯୋଗାଯୋଗରେ

ସୂଚନା ଅନୁଯାୟୀ, ନାତି ସାଇ ଶୁଭମ୍ ଖେଳିବା ବେଳେ ଭୁଲ ବଶତଃ ପୋଖରୀକୁ ଚାଲିଯାଇଥିଲେ । ଏହି ସମୟରେ ନାତିକୁ ବଞ୍ଚାଇବା ପାଇଁ ଯାଇ ଜେଜେ ମଧ୍ୟ ପୋଖରୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ଉଭୟଙ୍କୁ ଉଦ୍ଧାର କରି ନପାରି ଗାଁର ଧୀବରଙ୍କୁ ଡକାଇଥିଲେ । ଧୀବର ମାନେ ଜାଲ ପକାଇ ଉଭୟଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।